www.samajalive.in
Saturday, December 6, 2025
23.1 C
Bhubaneswar

ସାତ ପ୍ରସିଦ୍ଧ ଶିଳ୍ପୀଙ୍କୁ ଦିଆଗଲା ଧର୍ମପଦ ପୁରସ୍କାର

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଚିତ୍ରକଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଇତ୍ୟାଦି କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଇଛି। ‘ଧର୍ମପଦ’ ପୁରସ୍କାର ଭାବରେ ନାମିତ ଏହି ସମ୍ମାନ ଲାଭ କରିଛନ୍ତି ରାଜ୍ୟର ୭ ଜଣ ବରିଷ୍ଠ ଶିଳ୍ପୀ। ଏହି ଶିଳ୍ପୀମାନଙ୍କର ଜୀବନବ୍ୟାପୀ ସାଧନା ଓ ରାଜ୍ୟର କଳାକ୍ଷେତ୍ରକୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଧର୍ମପଦ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଶିଳ୍ପୀମାନଙ୍କ ଘରକୁ ଯାଇ ବ୍ୟକ୍ତିଗତ ଭାବରେ ସମ୍ମାନିତ କରିଥିଲେ। ପ୍ରତି ଶିଳ୍ପୀଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ତାମ୍ର ଫଳକ ଓ ଉପଢୌକନ ପ୍ରଦାନ କରାଯାଇଥିଲା।
୨୦୦୯ ମସିହା ପାଇଁ ଗୋକୁଳୀ ବିହାରୀ ପଟ୍ଟନାୟକ, ୨୦୧୦ ପାଇଁ ଅସୀମ ବସୁ, ୨୦୧୧ ପାଇଁ ଡ. ଦୁର୍ଗାପ୍ରସାଦ ଦାସ, ୨୦୧୨ ପାଇଁ ପଦ୍ମଶ୍ରୀ ସୁଦର୍ଶନ ସାହୁ, ୨୦୧୩ ପାଇଁ ପଦ୍ମଭୂଷଣ ଯତୀନ ଦାସ, ୨୦୧୪ ପାଇଁ
ଦୀନନାଥ ପାଠୀ, ୨୦୧୫ ପାଇଁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି ।
ଗୋକୁଳୀ ବିହାରୀ ପଟ୍ଟନାୟକ, ଅସୀମ ବସୁ ଓ ଦିନନାଥ ପାଠୀଙ୍କୁ ଏହା ମରଣୋତ୍ତର ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱର୍ଗତ ପଟ୍ଟନାୟକଙ୍କ ପତ୍ନୀ ଅନସୂୟା ପଟ୍ଟନାୟକ, ସ୍ୱର୍ଗତ ବସୁଙ୍କ ପତ୍ନୀ ଗୀତା ବସୁ ଓ ସ୍ୱର୍ଗତ ପାଠୀଙ୍କ ପୁତ୍ର ସୌଭାଗ୍ୟ କୁମାର ପାଠୀ ମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ଅନ୍ୟପକ୍ଷରେ ଦିଲ୍ଲୀରେ ରହୁଥିବା ଡ. ଯତୀନ ଦାସ କୋଭିଡ୍‌ କଟକଣା ଭୁବନେଶ୍ବର ଆସିପାରିନଥିଲେ। ତେଣୁ ଲଳିତ କଳା ଏକାଡେମୀର ପ୍ରତିନିଧି ନୂଆଦିଲ୍ଲୀ ଯାଇ ତାଙ୍କୁ ସମ୍ମାନିତ କରିବେ । ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ଏକାଡେମୀ ସଚିବ ଶିଳ୍ପୀ ଗଜେନ୍ଦ୍ର ସାହୁ ଉପସ୍ଥିତ ଥିଲେ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories