www.samajalive.in
Saturday, December 6, 2025
14.1 C
Bhubaneswar

ସୁଶାନ୍ତ ମୃତ୍ୟୁ ପ୍ରସଙ୍ଗ: ରିୟାଙ୍କ ସମେତ ୫ ଜଣଙ୍କୁ ଇଡିର ଜେରା

ମୁମ୍ବଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୫ ଜଣଙ୍କୁ ସୋମବାର ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଜେରା କରୁଛି। ରିୟାଙ୍କୁ ୨ୟ ପର୍ଯ୍ୟାୟ ଜେରା କରାଯାଉଛି। ରିୟାଙ୍କ ସହିତ ତାଙ୍କ ଭାଇ ଓ ବାପାଙ୍କୁ ବି ଇଡି ପଚରାଉଚରା କରୁଛି। ସମସ୍ତେ ଏବେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିଛନ୍ତି। ସୁଶାନ୍ତଙ୍କ ଟଙ୍କାକୁ ନେଇ ରିୟାଙ୍କୁ ପ୍ରଶ୍ନ କରିବ ଇଡି। ଏହା ସହିତ ନିଜର ଖର୍ଚ୍ଚର ପ୍ରମାଣ ଦର୍ଶାଇବା ଲାଗି ଇଡି କିଛି କାଗଜପତ୍ର ଦାଖଲ କରିବାକୁ ରିୟାଙ୍କୁ କହିଛି। ଅନ୍ୟପଟେ ସୁଶାନ୍ତଙ୍କ ପୂର୍ବତନ ବ୍ୟାବସାୟିକ ମ୍ୟାନେଜର ଶ୍ରୃତି ମୋଦୀ ବି ଇଡି କାର୍ଯ୍ୟାଳୟରେ ଉପସ୍ଥିତ ଅଛନ୍ତି। ତାଙ୍କୁ ଇଡି ପକ୍ଷରୁ ଜେରା କରାଯାଉଛି।

ଏହାବ୍ୟତୀତ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ବି ଇଡି ଜେରା ପାଇଁ ଡକାଇଛି। ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ସିଦ୍ଧାର୍ଥ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ସିଦ୍ଧାର୍ଥଙ୍କ ଆକାଉଣ୍ଟକୁ ସୁଶାନ୍ତଙ୍କ ଆକାଉଣ୍ଟରୁ ଟ୍ରାଞ୍ଜାକ୍ସନ ହୋଇଥିବା ସାମ୍ନାକୁ ଆସିଛି। ସିଦ୍ଧାର୍ଥ ନିଜକୁ ସୁଶାନ୍ତଙ୍କର ଘନିଷ୍ଠ ବନ୍ଧୁ ବୋଲି କୁହନ୍ତି। କିନ୍ତୁ ଏହାକୁ ସୁଶାନ୍ତଙ୍କ ପରିବାର ଖଣ୍ଡନ କରିଛନ୍ତି। ତେ​‌ବେ ସିଦ୍ଧାର୍ଥ ହେଉଛନ୍ତି ସେହି ବ୍ୟକ୍ତି ଯିଏ ସୁଶାନ୍ତଙ୍କ ଫ୍ଲାଟ୍‌ମେଟ୍‌ ଥିଲେ। ଯେଉଁଦିନ ସୁଶାନ୍ତ ଆତ୍ମହତ୍ୟା କରିଥିଲେ ସେଦିନ ସିଦ୍ଧାର୍ଥ ଫ୍ଲାଟ୍‌ରେ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories