www.samajalive.in
Saturday, December 6, 2025
16.1 C
Bhubaneswar

ଏକ ବର୍ଷର ପିଲାଟି ଚଢେଇଙ୍କୁ ଦେଉଛି ଦାନା , ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ

ଅନେକ ସମୟରେ ସୋସିଆଲ ମିଡ଼ିଆରେ ଏଭଳି କିଛି ଫଟୋ ଓ ଭିଡ଼ିଓ ଭାଇରାଲ ହୋଇଥିବା ଦେଖିବାକୁ ମିଳେ, ଯାହାକୁ ଦେଖି ମନ ଖୁସି ହୋଇଯାଇଥାଏ। ଏଭଳି ହିଁ କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଦେଖାଯାଉଛି ଯେଉଁଥିରେ ଏକ ବର୍ଷର ପିଲାଟିଏ ଘର ଚଟିଆ ଚଢେଇକୁ ଦାନା ଖାଇବାକୁ ଦେଉଛି।
ସୂଚନା ଅନୁଯାୟୀ ଜଣେ ଭାରତୀୟ ବନ୍ୟ ଅଧିକାରୀ ଏହି ଭିଡ଼ିଓଟିକୁ ପୋଷ୍ଟ କରିଛନ୍ତି। ସେହି ଏକ ବର୍ଷର ପିଲାଟି ଏହି ବନ୍ୟ ଅଧିକାରୀଙ୍କ ପୁଅ। ଫଟୋରେ ସମ୍ପୂର୍ଣ୍ଣ ଦେଖାଯାଉଛି କିଭଳି ଏହି ଛୋଟ ପିଲାଟି ହାତରେ ଏକ ଜରିରେ କିଛି ଖାଦ୍ୟ ନେଇ ପାର୍କରେ ଘର ଚଟିଆଙ୍କୁ ଖାଇବାକୁ ଦେଉଛି। ଚଢେଇ ମାନେ ମଧ୍ୟ ଖୁସିରେ ଦାନା ଗୁଡ଼ିକୁ ଖାଉଛନ୍ତି। ଲୋକେ ଏହି ଫଟୋକୁ ଦେଖି ଖୁସି ହେବା ସହ ପିଲାଟିର ବୁଦ୍ଧି , ସଂସ୍କାର ସହ ତାଙ୍କ ମାତା ପିତାଙ୍କ ମଧ୍ୟ ପ୍ରଂଶସା କରିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories