www.samajalive.in
Sunday, December 14, 2025
19.1 C
Bhubaneswar

ସ୍କୁଲ ପରିସରରେ ବିକ୍ରି ହୋଇପାରିବନି ଜଙ୍କ୍‌ ଫୁଡ୍‌

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଉଛି ଜଙ୍କ୍‌ ଫୁଡ। ତେଣୁ ସ୍କୁଲ ପରିସରରେ ଜଙ୍କ୍‌ ଫୁଡ୍‌ ସମେତ ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଣିକି ସ୍କୁଲଠାରୁ ୫୦ ମିଟର ପରିଧି ମଧ୍ୟରେ ଏହି ଖାଦ୍ୟ ବିକ୍ରି ହୋଇପାରିବ ନାହିଁ କି ଏପରି ଖାଦ୍ୟ ସମ୍ପର୍କିତ ବିଜ୍ଞାପନ ଲଗାଯାଇପାରିବ ନାହିଁ। ଏ ନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ(ଏଫଏସଏସଏଆଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଅରୁଣ ସିଙ୍ଘଲ ଏ ନେଇ ନିର୍ଦେଶନାମା ଜାରି କରିଛନ୍ତି। ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ପୌଷ୍ଟିକ ଆହାରକୁ ସୁନିଶ୍ଚିତ କରିବା ଲାଗି ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

ଏଫଏସଏସଏଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ନିୟମ ଲାଗୁ ହେବା ଦ୍ବାରା ସ୍କୁଲରେ ପିଲାମାନଙ୍କ ପାଇଁ ସୁରକ୍ଷିତ ଭୋଜନ ଏବଂ ସନ୍ତୁଳିତ ଆହାର ଉପଲବ୍ଧ ହୋଇପାରିବ। ଯେଉଁ ଖାଦ୍ୟପଦାର୍ଥରେ ଅଧିକ ମାତ୍ରାରେ ଫ୍ୟାଟ୍‌, ଲୁଟ୍‌ ଏବଂ ସୁଗାର ରହୁଛି, ସେପରି ଖାଦ୍ୟ ସ୍କୁଲ କ୍ୟାଣ୍ଟିନ, ମେସ୍‌ କିମ୍ବା ହଷ୍ଟେଲ ଅଥବା ସ୍କୁଲ ପରିସରରୁ ୫୦ ମିଟର ପରିଧି ମଧ୍ୟରେ ବିକ୍ରି ହୋଇପାରିବ ନାହିଁ। ପିଜା, ବର୍ଗର, ମୃଦୁ ପାନୀୟ, ଚିପ୍‌ସ, ଫ୍ରେଞ୍ଚ୍‌ ଫ୍ରାଇଜ୍‌, ସିଙ୍ଗଡ଼ା, ସ୍ୟାଣ୍ଡୱିଚ୍‌, ବ୍ରେଡ୍‌ ପକୋଡ଼ା ଆଦି ଏସବୁ ଖାଦ୍ୟପଦାର୍ଥରେ ଅନ୍ତର୍ଭୁକ୍ତ ହୋଇଛି।

- Advertisement -

୨୦୧୫ରେ ଦିଲ୍ଲୀ ହାଇକୋର୍ଟ ସ୍କୁଲଗୁଡ଼ିକର କ୍ୟାଣ୍ଟିନରେ ଜଙ୍କ୍‌ ଫୁଡ୍‌ ବିକ୍ରି ଉପରେ ନିୟମ ପ୍ରସ୍ତୁତ କରିବାକୁ ଏଫଏସଏସଏଆଇକୁ ଆଦେଶ ଦେଇଥିଲେ। ଏହା ପରେ ପ୍ରାଧିକରଣର ବିଶେଷଜ୍ଞ କମିଟି ସ୍କୁଲଗୁଡ଼ିକରେ ପିଲାଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ଭୋଜନ ଉପଲବ୍ଧ କରାଇବାକୁ ନୂଆ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories