www.samajalive.in
Saturday, December 6, 2025
15.1 C
Bhubaneswar

କ୍ରାନ୍ତି ଦିବସରେ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ସଂଗ୍ରାମୀ ନୀଳମଣି 

ବାଲିଚନ୍ଦ୍ରପୁର : ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ରାଜ୍ୟ ସ୍ୱାଧିନତା ସଂଗ୍ରାମ ସମିତିର ସଭାପତି ସଂଗ୍ରାମୀ ନୀଳମଣି ସାମଲ(୯୭)ଙ୍କୁ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଶ୍ରୀ ସାମଲ ରାଷ୍ଟ୍ରପତି ଭବନକୁ ନଯାଇ ତାଙ୍କ ନିଜ ବାସଭବନ ବଡ଼ଚଣା ବ୍ଳକ୍‍ ଅନ୍ତର୍ଗତ ବାଲିପଡ଼ିଆ ଗ୍ରାମରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ରବିବାର ସଂଗ୍ରାମୀ ସାମଲଙ୍କ ବାସଭବନରେ ପହଞ୍ଚି ସଂଗ୍ରାମୀ ନୀଳମଣିଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ପ୍ରଦତ୍ତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଆଜି ତାଙ୍କ ବାସଭବନରେ ଜିଲାପାଳ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସମୟରେ ଜିଲାପାଳଙ୍କ ସହ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ, ଆଇ.ଏ.ଏସ ସଚିନ୍‍ ପାୱାର, ଏ.ଡ଼ି.ଏମ (ରାଜସ୍ୱ)ଅକ୍ଷୟ କୁମାର ମଳିକ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବଡ଼ଚଣା ବି.ଡ଼ି.ଓ ଅଜିତ ନାରୟଣ ପ୍ରସାଦ ଗିରି, ଦର୍ପଣ ତହସିଲଦାର ବରଣ୍ୟେନ୍ଦୁ ମହାନ୍ତି, ଜିଲା ପରିଷଦ ସଭ୍ୟ ବିପିନ ବିହାରୀ ଜେନା, ଗୋପାଳପୁର ସରପଞ୍ଚ ଶରତ କୁମାର ସାମଲ, ବାଲିପଡ଼ିଆ ସରପଞ୍ଚ ଶ୍ରମ୍ରିା ବେହୁରା, ବରଦା ସମିତିସଭ୍ୟା ତପସ୍ୱିନୀ ବାରିକ, ସୁବାସ ତ୍ରିପାଠୀ, ଶାରଦା ପ୍ରସନ୍ନ ମହାନ୍ତି, କଂଗ୍ରେସ ନେତା ଅଜୟ ସାମଲ, ରତିକାନ୍ତ ପ୍ରଧାନ,ବିଜେପି ନେତ୍ରୀ ସିମନ୍ତିନି ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଜିଲାପାଳ ଶ୍ରୀ ଦାସ ରାଷ୍ଟ୍ରପତିଙ୍କ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ସ୍ୱାଧିନତା ସଂଗ୍ରାମୀମାନେ ଆମ ଦେଶର ଅମୁଲ୍ୟ ସମ୍ପଦ ବୋଲି କହିଥିଲେ। ଦେଶକୁ ସ୍ୱାଧିନତା ଦେବାରେ ତାଙ୍କର ଯେଉଁ ବଳିଦାନ ରହିଛି ସେ ସମ୍ପର୍କରେ ଜିଲାପାଳ ଶ୍ରୀ ଦାସ ସଂକ୍ଷିପ୍ତରେ ସୂଚନା ପ୍ରଦାନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ସଂଗ୍ରାମୀ ଶ୍ରୀ ସାମଲ ପୂର୍ବରୁ ୨୦୦୯, ୨୦୧୬ ଓ ୨୦୧୯ ମସିହା କ୍ରାନ୍ତି ଦିବସ ମାନଙ୍କରେ ଦିଲ୍ଲି ଯାଇ ତତ୍କାଳିନ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି। ଚଳିତ ବର୍ଷ ଚତୁର୍ଥ ଥର ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ଏହି ଅବସରରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ସଂଗ୍ରାମୀ ଶ୍ରୀ ସାମଲଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପୁର୍ବରୁ କ୍ରାନ୍ତି ଦିବସ ଅବସରରେ ସଂଗ୍ରାମୀ ଶ୍ରୀ ସାମଲଙ୍କ ବାସଭବନ ଠାରେ ଜାତୀୟ ସଂଗୀତ ଗାନ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories