www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ଭୟରେ ଆହତଙ୍କୁ ଛୁଇଁଲେନି କେହି, ଚିକିତ୍ସା କଲେ ଡାକ୍ତର ବିଧାୟକ

ଗୁଣ୍ଟୁର : କରୋନା ଭୟରେ କେହି କାହାକୁ ସାହାଯ୍ୟ କରିବାକୁ ନାରାଜ। ଯଦି ରାସ୍ତାରେ ଦୁର୍ଘଟଣା ଘଟୁଛି, ଲୋକମାନେ ଆହତଙ୍କୁ ସାହାଯ୍ୟ କରୁ ନାହାନ୍ତି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ନିକଟ ରାଜପଥରେ ଆହତ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଛି। କିନ୍ତୁ ଏହି ଆହତ ବ୍ୟକ୍ତିଙ୍କୁ ଜଣେ ମହିଳା ବିଧାୟକ ସାହାଯ୍ୟ କରିଥିଲେ ଯିଏକି ଜଣେ ଡାକ୍ତର ମଧ୍ୟ।

ସୂଚନାଯୋଗ୍ୟ, ଯୁବକ ଜଣଙ୍କ ଗୁଣ୍ଟୁରରୁ ବାଇକରେ ପିଡୁଗୁରାଲା ଯାଉଥିଲେ। ଗୁରୁବାର ସକାଳ ପ୍ରାୟ ୬ଟାରେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ। ଦୀର୍ଘ ସମୟ ଧରି ସେ ଆହତ ଅବସ୍ଥାରେ ରାସ୍ତାରେ ପଡ଼ି ଚିତ୍କାର କରୁଥିଲେ ମଧ୍ୟ କେହି ତାଙ୍କୁ  ସାହାଯ୍ୟ କରିନଥିଲେ। ଲୋକମାନେ କରୋନା ଭୟରେ ସେହି ବ୍ୟକ୍ତିଙ୍କ ନିକଟକୁ ଯିବାକୁ ଭୟ କରୁଥିଲେ।

- Advertisement -

ଏହି ସମୟରେ ଆନ୍ଧ୍ରପ୍ରଦେଶରେ ଶାସକ ଦଳର ବିଧାୟକ ଶ୍ରୀଦେବୀ ସେହି ରାସ୍ତା ଦେଇ ଯାଉଥିଲେ। ସେହି ସମୟରେ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଯୁବକଙ୍କୁ ଦେଖିବାକୁ ପାଇଥିଲେ। ଏହା ପରେ ବିଧାୟକ ତୁରନ୍ତ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ପରେ ପୁଲିସକୁ ସୂଚନା ମଧ୍ୟ ଦେଇଥିଲେ। ସଙ୍ଗେ ସଙ୍ଗେ ପୁଲିସ ପାଟ୍ରୋଲିଂ ଗାଡି ସେଠାରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନାକୁ ନେଇଥିଲେ।

ପ୍ରକାଶ ଯେ, ଶ୍ରୀଦେବୀ ଆନ୍ଧ୍ରପ୍ରଦେଶର ତାଡିକୋଣ୍ଡା ବିଧାନସଭା ଆସନରୁ ଜଣେ ବିଧାୟକ। ଏହା ସହିତ ସେ ଜଣେ ଡାକ୍ତର ମଧ୍ୟ । ଏହି ପ୍ରସଙ୍ଗରେ ଶ୍ରୀଦେବୀ କହିଛନ୍ତି ଯେ, କରୋନା ସଂକ୍ରମଣ ଭୟରେ ଲୋକମାନେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରୁନାହାଁନ୍ତି। ସେହି ବ୍ୟକ୍ତିଙ୍କୁ ସହାୟତା କରିବା ସମୟରେ ମୁଁ ଗ୍ଲୋଭସ୍ ଏବଂ ମାସ୍କ ପିନ୍ଧିଥିଲି। କରୋନା ଭୟରୁ କାହାକୁ ସାହାଯ୍ୟ କରିବା ନାହିଁ, ତାହା ଭଲ କଥା ନୁହେଁ। ବିଧାୟକ ଶ୍ରୀଦେବୀଙ୍କ ଏହି କାର୍ଯ୍ୟ ସୋସିଆଲ ମିଡିଆରେ ବହୁ ପ୍ରଶଂସା ସାଉଁଟିବାରେ ଲାଗିଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories