www.samajalive.in
Saturday, December 6, 2025
15.1 C
Bhubaneswar

ଜନ୍ମାଷ୍ଟମୀ ଅବସରରେ ଜାଣନ୍ତୁ କିଭଳି କରିବେ ପ୍ରଭୁଙ୍କୁ ପୂଜାର୍ଚ୍ଚନା ……

ଭାଦ୍ରକ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପ୍ରତିବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ ବେଶ ଧୂମଧାମରେ ପାଳନ କରାଯାଏ। ଚଳିତ ବର୍ଷ ଜନ୍ମାଷ୍ଟମୀ ପର୍ବ ୧୧-୧୨ ଅଗଷ୍ଟ। ତିଥି ଅନୁଯାୟୀ ଜନ୍ମାଷ୍ଟମୀ ୧୧ ଅଗଷ୍ଟ ସକାଳ ୦୯:୦୭ରୁ ଆରମ୍ଭ ହୋଇ ପରଦିନ ସକାଳ ୧୧:୧୭ ଯାଏଁ ରହିଛି। ଏହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମତ୍ସୋବ ପାଳନ ହେବ। ଅଷ୍ଟମୀ ଓ ରୋହିଣୀ ନକ୍ଷତ୍ରର ଯୋଗରେ ପ୍ରଭୁ କୃଷ୍ଣ ଜନ୍ମ ହୋଇଥିଲେ। ଜନ୍ମାଷ୍ଟମୀରେ ଲୋକେ କୃଷ୍ଣଙ୍କ ପିଲା ବେଳର ସ୍ୱରୂପଙ୍କର ପୂଜା କରିଥାଆନ୍ତି। ଲୋକେ ଘରେ ବାଲ୍ ଗୋପାଳଙ୍କୁ ରଖି ପୂଜା ଓ ସେବା କରିଥାଆନ୍ତି। ଠିକ ପିଲାଙ୍କ ସେବା ଭଳି ପ୍ରଭୁଙ୍କର ସେବା ହୋଇଥାଏ। ମାନ୍ୟତା ଅନୁଯାୟୀ, ପ୍ରଭୁଙ୍କ ଏହି ରୂପକୁ ପୂଜା କଲେ ସମସ୍ତ ସମସ୍ୟା ଦୂର ହୋଇଯାଏ। ପ୍ରଭୁ ଶୁଭଫଳ ପ୍ରଦାନ କରିଥାଆନ୍ତି। ଜନ୍ମାଷ୍ଟମୀ ଅବସରରେ ଜାଣନ୍ତୁ କିଭଳି ପ୍ରଭୁଙ୍କୁ ପୂଜା କରିବେ……
– ପ୍ରଥମେ ସକାଳେ ଜଲଦି ଉଠି ପ୍ରଭୁଙ୍କୁ ସ୍ନାନ ଓ ରେଶମୀ ପୋଷାକ ପିନ୍ଧାନ୍ତୁ। ଏହାପରେ ଭୋଗ ଅର୍ପଣ କରି ଆଳତୀ କରନ୍ତୁ। ପୂଜାରେ ବ୍ୟବହୃତ ପ୍ରତ୍ୟେକ ଜିନିଷକୁ ଭଲ ଭାବେ ସଫା କରନ୍ତୁ।
– ପ୍ରଭୁଙ୍କୁ ପ୍ରଥମେ ଗଙ୍ଗାଜଳରେ ସ୍ନାନ କରାନ୍ତୁ। ସ୍ନାନ ପରେ ଚନ୍ଦନର ଟୀକା ଲଗାନ୍ତୁ। ପ୍ରଭୁଙ୍କୁ ବାର ଅନୁଯାୟୀ ପୋଷାକ ପିନ୍ଧାଯାଏ। ଯେପରି ସୋମବାର ଧଳା, ମଙ୍ଗଳବାର ଲାଲ, ବୁଧବାର ସବୁଜ, ଗୁରୁବାର ହଳଦିଆ, ଶୁକ୍ରବାର ନାରଙ୍ଗୀ, ଶନିବାର ନୀଳ, ରବିବାର ଲାଲ ରଙ୍ଗ।
ପ୍ରଭୁଙ୍କୁ ଭୋଗରେ ଲହୁଣୀ, ମିଶ୍ରି, ତୁଳସୀ ଖୁବ ପ୍ରିୟ। ତେଣୁ ଏହି ସମସ୍ତ ଜିନିଷକୁ ଭୋଗ ଲଗାନ୍ତୁ।
ପ୍ରଭୁଙ୍କ ଶୃଙ୍ଗାର ଜିନିଷରେ କାନରେ କୁଣ୍ଡଳ, ହାତରେ କଡ଼ା, ହାତରେର ବଂଶୀ ଓ ମୟୁରପୁଚ୍ଛ ରଖନ୍ତୁ।
– ଶୃଙ୍ଗାର ଦ୍ରବ୍ୟ ଅର୍ପଣ କରିବା ପରେ ପ୍ରଥମେ ପ୍ରଭୁ ଗଣେଶଙ୍କ ଆଳତୀ କରି ପ୍ରଭୁଙ୍କ ଆଳତୀ କରନ୍ତୁ। ଆଳତୀ ପରେ ଭୋଗ ଲଗାନ୍ତୁ, ଦୋଳିରେ ଝୁଲାନ୍ତୁ। ଦୋଳିରେ ଝୁଲାଇବା ପରେ ଠାକୁଙ୍କ ଘରେ ଥିବା ପରଦା ପକାଇ ଭଗବାନଙ୍କୁ ବିଶ୍ରାମ ଦିଅନ୍ତୁ। ସକାଳ ଓ ସନ୍ଧ୍ୟା ଉଭୟ ସମୟରେ ପ୍ରଭୁଙ୍କ ନିକଟରେ ଭୋଗ ଲଗାଇ ଆଳତୀ କରନ୍ତୁ।
ପ୍ରଭୁଙ୍କୁ ଭୋଗ ଲଗାଇବା ପରେ ନିଜ ଖାଦ୍ୟ ଗ୍ରହଣ କରନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories