www.samajalive.in
Saturday, December 6, 2025
15.1 C
Bhubaneswar

କରୋନାରୁ ସୁସ୍ଥ ହେଲେ ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ

ମୁମ୍ବଇ : କରୋନାରୁ ସୁସ୍ଥ ହେଲେ ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ । ଆଜି ତାଙ୍କର କରୋନା ଟେଷ୍ଟ ହୋଇଥିଲା ଯେଉଁଥିରୁ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ଟ୍ୱିଟ୍ କରି ଅଭିଷେକ ସୂଚନା ଦେଇଛନ୍ତି । ଟ୍ୱିଟ୍ କରି ଅଭିଷେକ ଲେଖିଛନ୍ତି ଯେ, ସେ କରୋନାକୁ ମାତ୍ ଦେଇଛନ୍ତି ।  ପ୍ରଶଂସକଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସେ କରୋନାକୁ ମାତ୍ ଦେଇଥିବା ଟ୍ୱିଟ୍ କରିଛନ୍ତି ଅଭିଷେକ । ଏଥି ସହିତ ଅଭିଷେକଙ୍କ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଥିବା ସମସ୍ତଙ୍କୁ ଅଭିଷେକ ଧନ୍ୟବାଦ ଜଣାଇବା ସହ ନାନାବତୀ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।


ସୂଚନାଯୋଗ୍ୟ ବଚ୍ଚନ ପରିବାରର ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ବିଗ୍ ବି ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ଚର୍ୟ୍ୟା ଏବଂ ଝିଅ ଆରାଧ୍ୟା କରୋନା ଆକ୍ରାନ୍ତ ହୋଇଥିଲେ । ଏହାପରେ ନାନାବତୀ ହସ୍ପିଟାଲରେ ସମସ୍ତଙ୍କର ଚିକିତ୍ସା ଚାଲିଥିଲା । ଏହାପୂର୍ବରୁ ଚିକିତ୍ସାପରେ କରୋନାରୁ ସୁସ୍ଥ ହୋଇ ବିଗ୍ ବି ଅମିତାଭ ବଚ୍ଚନ, ଐଶ୍ଚର୍ୟ୍ୟା ଏବଂ ଝିଅ ଆରାଧ୍ୟା ଘରକୁ ଫେରିସାରିଥିବା ବେଳେ ଆଜି ଅଭିଷେକ ବଚ୍ଚନ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories