୭ ଦିନରେ ସୁଶାନ୍ତଙ୍କୁ ୧୩୭ ଥର ଫୋନ କରିଥିଲେ ରିୟା ଚକ୍ରବର୍ତୀ
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁର ମୃତ୍ୟୁ ମାମଲାରେ ତାଙ୍କର ବାନ୍ଧବୀ ରିୟା ଚକ୍ରବର୍ତୀଙ୍କୁ ନେଇ ଦିନକୁ ଦିନ ଆସୁଛି ନୂଆନୂଆ ଖବର । ଏବେ ତାଙ୍କର ଟେଲିଫୋନ କଲ୍ ଡ଼ିଟେଲ୍ସ ଯାଞ୍ଚ ବେଳେ ଆଉ କିଛି ଚମକପ୍ରଦ ସୂଚନା ମିଳିଛି । ୮ ଜୁନରୁ ସୁଶାନ୍ତ ଆତ୍ମହତ୍ୟା କରିବା ଦିନ ଜୁନ୍ ୧୪ ତାରିଖ ମଧ୍ୟରେ ରିୟା ସୁଶାନ୍ତଙ୍କୁ ୧୩୭ଥର ଫୋନ୍ କରିଥିଲେ । ସେହିପରି ଏହି ସମୟରେ ସେ ମହେଶ ଭଟ୍ଟ, ସୁଶାନ୍ତଙ୍କ ବାପା କେ.କେ.ସିଂହ ଓ ତାଙ୍କର ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କ ସହ ମଧ୍ୟ କଥା ହୋଇଥିବା ସୂଚନା ମିଳିଛି ।
ଏକ ବୈଦ୍ୟୁତିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରିୟାଙ୍କ ଗତ ୧ ବର୍ଷର କଲ୍ ଡ଼ିଟେଲ୍ସ ପୁଲିସ ବାହାର କରିବାକୁ ସକ୍ଷମ ହୋଇଛି । ସେ ଏହି ସମୟ ମଧ୍ୟରେ ସୁଶାନ୍ତଙ୍କ ବ୍ୟତୀତ ଶ୍ରୁତି ମୋଦୀଙ୍କୁ ୮୦୮ ଥର ଫୋନ୍ କରିଛନ୍ତି । ସାମୁଏଲ ମିରାଣ୍ଡାଙ୍କୁ ୨୮୯ ଥର ଫୋନ୍ କରିଥିବା ସୂଚନା ମିଳିଛି । ଏହା ସହ ରିୟା ଦୁଇଜଣ ମନସ୍ତାତ୍ଵିକ ଚିକିତ୍ସକ (ସାଇକ୍ରିୟାଟ୍ରିଷ୍ଟ)ଙ୍କ ସହ ନିୟମିତ କଥାବାର୍ତା ହେଉଥିଲେ । ମହେଶ ଭଟ୍ଟଙ୍କ ସହ ତାଙ୍କର ନିୟମିତ ଯୋଗସୂତ୍ର ରହିଥିଲା ।
ରିୟା ଫୋନ୍ କରିଥିବା ବ୍ୟକ୍ତି ଓ କଲ ସଂଖ୍ୟା
ଇନ୍ଦ୍ରଜିତ୍ ଚକ୍ରବର୍ତୀ (ରିୟାଙ୍କ ବାପା)- ୧୧୨୨ ଥର
ସୋଭିକ୍ ଚକ୍ରବର୍ତୀ (ରିୟାଙ୍କ ଭାଇ) ୮୮୬ ଥର
ଶ୍ରୁତି ମୋଦି (ସୁଶାନ୍ତଙ୍କର ପୂର୍ବ ତଥା ରିୟାଙ୍କ ଏବର ମ୍ୟାନେଜର)- ୮୦୮ଥର
ସ୍ୟାଣ୍ଡି ଚକ୍ରବର୍ତୀ- ୫୩୭ ଥର
ସାମୁଏଲ ମିରାଣ୍ଡା-୨୮୯ ଥର
ସୁଶାନ୍ତ ସିଂହ ରାଜପୁତ ୧୩୭ ଥର ଓ ୨ ମେସେଜ
ମହେଶ ଭଟ୍ଟ- ୧୬ଥର
ଏହି କଲ୍ ରିପୋର୍ଟ ଅନୁସାରେ ରିୟା ବାନ୍ଦ୍ରାର ଡ଼ିଏସପି ଅଭିଷେକ ତ୍ରିମୁଖେଙ୍କ ସହ ମଧ୍ୟ କଥାବାର୍ତା କରିଥିଲେ । ସେ ଡ଼ିଏସ୍ପିଙ୍କ ସହ ୪ ଥର କଥା ହୋଇଥିଲେ ଓ ଏକ ମେସେଜ ମଧ୍ୟ ପଠାଇଥିଲେ । ସମ୍ପ୍ରତି ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇ ଓ ପ୍ରବର୍ତନ ନିର୍ଦେଶାଳୟ ଯାଞ୍ଚ କରୁଛି ।
Comments are closed.