ଜେଜେ ମା’ଙ୍କଠାରୁ ଅଧିକ ଲୋକପ୍ରିୟ ତୈମୁର
ବର୍ଷୀୟାନ୍ ଅଭିନେତ୍ରୀ ୭୩ ବର୍ଷୀୟା ଶର୍ମିଲା ଠାକୁର ନିକଟରେ ଏକ କାର୍ଯ୍ୟକ୍ରମ ଅବସରରେ ଦେଢ଼ ବର୍ଷର ନାତି ତୈମୁରଙ୍କ ସମ୍ପର୍କରେ ବିଭିନ୍ନ କଥା ମନଖୋଲି କହିଥିଲେ। ସୈଫଙ୍କର ଏଇ ଦୁଷ୍ଟ କୁନିପୁଅ ସମ୍ପର୍କରେ ସେ କହିଛନ୍ତି, ତୈମୁର ମୋଠାରୁ ମଧ୍ୟ ଅଧିକ ଲୋକପ୍ରିୟ। ପତ୍ରିକା, ଖବରକାଗଜ, ସୋସିଆଲ ସାଇଟ୍ ସବୁଠାରେ ଆମ କୁନି ରାଜକୁମାରର ଫଟୋ ନିୟମିତ ଦେଖିଥାଏ ବୋଲି କହିଛନ୍ତି ଶର୍ମିଲା। ନାତିର ଦୁଷ୍ଟାମି ବାବଦରେ ତାଙ୍କ ମତ ହେଲା, ପିଲାମାନେ ବଦମାସି କରିବା ହିଁ ସ୍ବାଭାବିକ। ତେବେ ବୋହୂ କରୀନାଙ୍କୁ ସେ ସମସ୍ତ ଶ୍ରେୟ ଦେଇଥିଲେ ଉଭୟ ଘର-ବାହାର କାମ ଭଲଭାବେ ତୁଲାଉ ଥିବାରୁ। ଅଧିକାଂଶ ସମୟ ତୈମୁରକୁ ନେଇ ସୁଟିଂକୁ ଯାଆନ୍ତି କରୀନା। ପଦ୍ମଭୂଷଣ ସମ୍ମାନ ପାଇଥିବା ଶର୍ମିଲା କହିଛନ୍ତି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ ନିମନ୍ତେ ଅଫର୍ ତ’ ଆସୁଛି। ହେଲେ ନିଜ ମନଲାଖି ଚରିତ୍ରଟିଏ ସେ ପାଉନାହାନ୍ତି।