www.samajalive.in
Sunday, December 14, 2025
26.1 C
Bhubaneswar

ଅସଲି ସଞ୍ଜୁ ଓ ପରଦାର ସଞ୍ଜୁ ଝୁମିଲେ ଏକାଠି : ଦୁହିଁଙ୍କୁ ନେଇ ରିଲିଜ ହେଲା ନୂଆ ଗୀତ

ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର “ସଞ୍ଜୁ” ବକ୍ସ ଅଫିସରେ ରେକର୍ଡ଼ ପରେ ରେକର୍ଡ଼ ସୃଷ୍ଟି କରିଚାଲିଛି। ହେଲେ ଏହି ଚଳଚ୍ଚିତ୍ରରର ଏକ ଗୀତ ରିଲିଜ୍‍ ହେବା ବାକି ରହିଥିଲା। ଏହି ଗୀତକୁ ୟୁଟ୍ୟୁବ୍‍ରେ ରିଲିଜ୍‍ କରାଯାଇଛି। ଏହି ଗୀତ ବହୁତ ଖାସ କାରଣ ଏଥିରେ ପ୍ରଥମ ଥର ପାଇଁ ଚଳଚ୍ଚିତ୍ରର ସଞ୍ଜୁ(ରଣବୀର କପୁର) ଓ ବାସ୍ତବର ସଞ୍ଜୁ (ସଞ୍ଜୟ ଦତ୍ତ)ଙ୍କୁ ଏକାଠି ଦେଖିବାକୁ ମିଳିଛି। ଗୀତର ଶବ୍ଦ ସଞ୍ଜୋଜନା ବହୁତ ମନୋରମ ହୋଇଛି, ବାବା ବୋଲତା ହୈ ବସ୍‍ ହୋ ଗୟା…। ଏହି ଗୀତକୁ ପୁନିତ୍‍ ଶର୍ମା, ଅଭିଜିତ୍‍ ଯୋଶୀ ଓ ରୋହନ ଗୋଖ୍‍ଲେ ଲେଖିଛନ୍ତି। ଗୀତର ପୃଷ୍ଠଭୂମି ଖବର କାଗଜ ଭଳି କରାଯାଇଛି। କଳା ଓ ଧଳା ପୋଷାକରେ ରଣବୀର ପ୍ରଥମ ଥର ପାଇଁ ସଞ୍ଜୟ ଦତ୍ତଙ୍କ ସହ ତାଳରେ ତାଳ ଦେଇ ଝୁମୁ ଥିବାର ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରର ସବୁ ଗୀତ ଗୁଡ଼ିକ ବହୁ ଲୋକପ୍ରିୟତା ହାସଲ କରିଛି। ଏହି ଚଳଚ୍ଚିତ୍ରରେ ରଣବୀର ଅଭିନୟକୁ ନେଇ ପ୍ରଶଂସିତ ହୋଇଛନ୍ତି। ଅମୀର ଖାନ “ସଞ୍ଜୁ” ବିଷୟରେ ମତାମତ ଦେଇ ଟ୍ୱିଟ୍‍ କରିଛନ୍ତି ଯେ, “ ସଞ୍ଜୁ ବହୁତ ଭଲ ଲାଗିଲା। ଏଥିରେ ଥିବା ବାପ,ପୁଅ ଓ ଦୁଇ ବନ୍ଧୁଙ୍କର ଭାବ ଭରା କାହାଣୀ ସତରେ ମନକୁ ଛୁଇଁ ପାରିଛି। ରଣବୀର ବାସ୍ତବରେ ପ୍ରଶଂସା ଯୋଗ୍ୟ କାମ କରିଛନ୍ତି ଓ ବିକି କୌଶଲ ତ ମନ ହିଁ କିଣି ନେଲେ”।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories