www.samajalive.in
Saturday, December 6, 2025
17.1 C
Bhubaneswar

ଆଜି ବିଶ୍ୱ ହସ୍ତତନ୍ତ ଦିବସ: ପଶ୍ଚିମ ଓଡିଶାରେ ଦୁଃସ୍ଥ ଅବସ୍ଥାରେ ହସ୍ତତନ୍ତ, ପର୍ଯ୍ୟଟନ ଓ କାରିଗରୀ ଗାଁ ପ୍ରତିଷ୍ଠା ଦାବି କଲା ଗ୍ଲୋ

ବଲାଙ୍ଗୀର : ଆଜି ସାରା ବିଶ୍ୱ ପାଳନ କରୁଛି ବିଶ୍ୱ ହସ୍ତତନ୍ତ ଦିବସ । ହସ୍ତତନ୍ତ ଉତ୍ପାଦ ମାନଙ୍କର ଆବଶ୍ୟକ ପ୍ରଚାର, ବୁଣାକାର ମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଥିବା ସତ୍ୱେ ବଲାଙ୍ଗିର ଜିଲା ତଥା ଆଖପାଖ ଜିଲାର ବୁଣାକାର ମାନଙ୍କ ଅବସ୍ଥା ଶୋଚନୀୟ ରହିଛି । ବର୍ତ୍ତମାନ ସମୟରେ ଏହି ହସ୍ତତନ୍ତ ଉତ୍ପାଦ ବିକ୍ରି କରି ପରିବାର ଚଲାଉଥିବା ଲୋକଙ୍କ ପାଇଁ ଆବଶ୍ୟକ ସହାୟତା ପ୍ରଦାନ କରିବାର ଉଚିତ ସମୟ ଆସିଛି । କରୋନରେ ଏହି ଶିଳ୍ପ ମଧ୍ୟ ପ୍ରଭାବିତ ହୋଇଛି । ତେବେ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଯୋଜନାରେ ପର୍ଯ୍ୟଟନ ଓ ହସ୍ତତନ୍ତ ଗାଁ ନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛି ଗ୍ଲୋବାଲ ପଶ୍ଚିମ ଓଡିଶା ସଙ୍ଗଠନ ।

ସୂଚନା ଅନୁଯାୟୀ, ପଶ୍ଚିମ ଓଡିଶାର ହସ୍ତତନ୍ତ ଶିଲ୍ପର ନାଁ ସାରା ବିଶ୍ୱରେ ରହିଛି । ବୁଣାକାର ମାନେ ବୁଣୁଥିବା ଶାଢୀ ଠାରୁ ଆରମ୍ଭ କରି କୁମ୍ଭକାର ମାନେ ତିଆରି କରୁଥିବା ମାଟି ସାମଗ୍ରୀ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିଛି । ଏମିତିରେ ଏହି ହସ୍ତତନ୍ତ ଶିଲ୍ପରେ ନିଜ ପରିବାର ପୋଷୁଥିବା ଲୋକଙ୍କୁ ସହାୟତା ଯୋଗାଇବା ନିହାତି ଆବଶ୍ୟକ ହୋଇପଡ଼ିଛି । ଏହି ସବୁ ସମସ୍ୟା କୁ ନେଇ ଗତ କିଛି ଦିନ ତଳେ ଗ୍ଲୋବାଲ ପଶ୍ଚିମ ଓଡିଶା ସଙ୍ଗଠନ ପକ୍ଷରୁ ଏକ ୱେବିନାର ହୋଇଥିଲା । ଯେଉଁଥିରେ ଏହି ହସ୍ତତନ୍ତ ଉପରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ଭାରତ ସରକାରଙ୍କ ଏକ ସ୍ୱତନ୍ତ୍ର ଯୋଜନା ରହିଥିବା ସୂଚନା ମିଲିଥିଲା । ତେବେ ଏହି ଯୋଜନାରେ ପର୍ଯ୍ୟଟନସ୍ଥଳ ନିକଟରେ ହସ୍ତତନ୍ତ ଗାଁ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଅନୁଦାନ ପ୍ରଦାନ କରିଥାନ୍ତି । କିନ୍ତୁ ଏହାର ପ୍ରକଲ୍ପ ରାଜ୍ୟ ସରକାର ପ୍ରଦାନ କରିବାକୁ ପଡ଼ିଥାଏ । ତେବେ ପଶ୍ଚିମଓଡିଶା ହସ୍ତତନ୍ତ କାରିଗରୀର ଏକ ପ୍ରକୃଷ୍ଠ ସ୍ଥାନ ହୋଇଥିବାରୁ ଏହି ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳ ସମ୍ବଲପୁରର ହୀରାକୁଦ, ବରଗଡର ନୃସିଂହନାଥ, ବଲାଙ୍ଗିରର ହରିଶଙ୍କର, ସୋନପୁର, କଲାହାଣ୍ଡି ଠାରେ କାରିଗରୀ ଗାଁ ପ୍ରତିଷ୍ଠା କରିବା ପାଇଁ ଗ୍ଲୋବାଲ ପଶ୍ଚିମ ଓଡିଶା ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି । ଏହା ପ୍ରତିଷ୍ଠା ହେଲେ ଅଞ୍ଚଳର ପର୍ଯ୍ୟଟନର ଉନ୍ନତି ସଙ୍ଗେ ସଙ୍ଗେ ହସ୍ତତନ୍ତର ମଧ୍ୟ ଉନ୍ନତି ଘଟିବ ଓ କାରିଗର ମାନେ ଲାଭବାନ ହେବେ ବୋଲି ଗ୍ଲୋବାଲ ପଶ୍ଚିମ ଓଡିଶା ସଙ୍ଗଠନର କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି । ତେବେ ରାଜନୈତିକ ବିଷୟକୁ ଆଡେଇ ସମସ୍ତ ଜନପ୍ରତିନିଧୀ ଏହି ଦିଗରେ ମିଳିତ ସ୍ୱର ଉତ୍ତୋଳନ କରିବା ପାଇଁ ଦାବି ହୋଇଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories