www.samajalive.in
Saturday, December 13, 2025
26.1 C
Bhubaneswar

ମୁସଲମାନ ନେତାଙ୍କ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ; କହିଲେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ ହେବ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଓ ଶିଳାନ୍ୟାସ କରାଯିବାର ଦିନକ ପରେ ଦେଶର ଜଣେ ମୁସଲମାନ ନେତା ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯିବ ବୋଲି ସର୍ବଭାରତୀୟ ଇମାମ୍‌ ଆସୋସିଏଶନର ସଭାପତି ସାଜିଦ ରସିଦି କହିଛନ୍ତି।

ଗୁରୁବାର ସାଜିଦ କହିଛନ୍ତି, ବିବାଦୀୟ ସ୍ଥଳରେ ମନ୍ଦିର ଭଙ୍ଗାଯାଇ ମସଜିଦ ନିର୍ମାଣ ହୋଇ ନ ଥିଲା। ସେଠାରେ ମନ୍ଦିର ନିର୍ମାଣ ହେବା ପରେ ତାକୁ ଭଙ୍ଗାଯାଇ ମସଜିଦ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ଇସଲାମ କୁହେ, ମସଜିଦ ସବୁବେଳେ ମସଜିଦ ହୋଇ ରହିବ। ଅନ୍ୟ କୌଣସି ନିର୍ମାଣ ପାଇଁ ଏହାକୁ ଭଙ୍ଗାଯାଇ ପାରିବ ନାହିଁ। ଆମ ବିଶ୍ଵାସ ରହିଛି ସେଠାରେ ମସଜିଦ୍‌ ଥିଲା ଏବଂ ସବୁବେଳେ ରହିବ। ମନ୍ଦିରକୁ ଭାଙ୍ଗି ମସଜିଦ ତିଆରି ହୋଇ ନ ଥିଲା, କିନ୍ତୁ ଏବେ ମନ୍ଦିର ଭଙ୍ଗାଯାଇ ସେଠାରେ ମସଜିଦ ନିର୍ମାଣ କରାଯାଇପାରେ ବୋଲି ରସିଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ବିଧାନକୁ ଉଲ୍ଲଂଘନ କରିଛନ୍ତି ବୋଲି ସେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories