www.samajalive.in
Saturday, December 6, 2025
17.1 C
Bhubaneswar

ରସୁଣର ଏଭଳି ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ଜାଣିଛନ୍ତି କି ?

ରସୁଣ ଆମ ଶରୀର ପାଇଁ ବହୁ ଉପକାରୀ ଏହା ସଭିଁଏ ଜାଣନ୍ତି। ମୋଟା ପଣକୁ କମାଇବା ନିମନ୍ତେ,ମଧୁମେହ ରୋଗୀଙ୍କ ରୋଗର ନିୟନ୍ତ୍ରଣ, କୋଲେଷ୍ଟ୍ରଲ ଆଦି ବିଭିନ୍ନ ରୋଗ ଠାରୁ ରସୁଣ ଶରୀରକୁ ଦୂରରେ ରଖିବାରେ ସହାୟକ ହୋଇଥାଏ। ଶୋଇବା ପୂର୍ବରୁ ଅଳ୍ପ ଭଜା ହୋଇଥିବା ରସୁଣ ଖାଇବା ଦ୍ୱାରା ଆମର ଶରୀର ପାଇଁ ଏହା ଖୁବ ଲାଭ ଦାୟକ ହୋଇଥାଏ। ଜାଣନ୍ତୁ ତାହା କ’ଣ…..
ଅଳ୍ପ ଭଜା ହୋଇଥିବା ରସୁଣକୁ ଖାଇବା ଦ୍ୱାରା ଏହା ଆମ ହୃଦୟକୁ ସୁସ୍ଥ ରଖିଥାଏ। ଏହା ଶରୀର ପାଇଁ ଆବଶ୍ୟକ ହେଉଥିବା କ୍ୟାଲସିୟମର ବୃଦ୍ଧି କରିଥାଏ। ଅନାବଶ୍ୟକ କ୍ୟାଲସିୟମକୁ ଦୂର କରିଥାଏ।
ଏହାକୁ ଖାଇବା ଦ୍ୱାରା ହାଡ଼ ବହୁତ ଶକ୍ତ ହୋଇଥାଏ। ଚର୍ମକୁ ସୁସ୍ଥ ରଖିଥାଏ।
ରକ୍ତ ଚାପ ଥିବା ଲୋକ ମାନେ ନିୟମିତ ଭଜା ରସୁଣ ଖାଇଲେ ଏହା ବହୁତ ଉପକାରୀ ହୋଇଥାଏ। ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ।
ଅଧିକ ମୋଟା ଥିବା ଲୋକ ମାନେ ନିୟମିତ ଏକ ମାସ ଶୋଇବା ପୂର୍ବରୁ ୨ଟି ଭଜା ରସୁଣ ଖାଇଲେ ମୋଟା ପଣ ଦୂର ହୋଇଥାଏ।
ଗର୍ଭବତୀ ମହିଳା ମାନେ ଏହି ଭଜା ରସୁଣ ଖାଇଲେ ମା’ ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories