www.samajalive.in
Saturday, December 6, 2025
14.1 C
Bhubaneswar

ସାମାଜିକ ଦୂରତା ଏକମାତ୍ର ମହୋଷଧି

ବଲାଙ୍ଗିର : କରୋନା ମହାମାରୀର ପ୍ରକୋପ ପ୍ରତିଦିନ ହୁ ହୁ ହୋଇ ବୃଦ୍ଧି ପାଇବାକୁ ଲାଗିଛି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ସାମାଜିକ ଦୂରତା ଏକମାତ୍ର ମହୋଷଧି । ଏହାକୁ ଲକ୍ଷ୍ୟ କରି ଜିଲା ଜରୁରିକାଳୀନ ଅଧିକାରୀ ତଥା ଜିଲା ରେଡ୍‍କ୍ରସ ସୋସାଇଟିର ସମ୍ପାଦକ ଶଙ୍କର୍ଷଣ ପ୍ରଧାନଙ୍କର ପ୍ରତ୍ତ୍ୱକ୍ଷ ତତ୍ୱାବଧାନରେ ବଲାଙ୍ଗିର ରେଡକ୍ରସ ସୋସାଇଟି ତରଫରୁ ସଚେତନତାରେ ସୁରକ୍ଷା ଆମର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ଦୂରତାକୁ ଲକ୍ଷ୍ୟ ରଖି ରେଡକ୍ରସ ସୋସାଇଟିର ୬ଜଣ ସ୍ୱେଚ୍ଛାସେବୀ ପାଟଣାଗଡ ବ୍ଲକ ଅନ୍ତର୍ଗତ ଧୁମାଭଟା ଗ୍ରାମର ଶୋଭାଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା କରିଥିଲେ। ବାଦ୍ୟ ବଜାଇ ସହ କରୋଣା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ବଜାୟ ରଖନ୍ତୁ, ବାରମ୍ବାର ହାତ ଧୁଅନ୍ତୁ, ମାକ୍ସ ପିନ୍ଧନ୍ତୁ ତଥା ସର୍ବୋପରି କାର୍ଯ୍ୟନଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଧୁମାଭଟା କଲେଜର ଅଧ୍ୟକ୍ଷ ଦେବାର୍ଚ୍ଚନ ନାଗ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଡେଙ୍ଗ ହାଇସ୍କୁଲର ଜୁନିୟର ରେଡକ୍ରସର ପରାମର୍ଶଦାତା ରାମ ନାରାୟଣ ଦାଶ, ଜିଲା ଯୁବ ରେଡକ୍ରସର ସଂଯୋଜକ ଗୋପାଲ ବେହେରା, ସ୍ୱେଚ୍ଛାସେବୀ ଜତିନ ମଲ୍ଲିକ, ଭରତ ବୁଡେକ, କାନ୍ତ ନାଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଠାରେ ପ୍ରକାଶଥାଉ କି ପୂର୍ବରୁ ମଧ୍ୟ ଜିଲା ରେଡକ୍ରସ ସୋସାଇଟି ତରଫରୁ କରୋନାକୁ ଡରନ୍ତୁ ନାହିଁ ସଚେତନତା କାର୍ଯ୍ୟକ୍ରମ ଜିଲାସାରା ଅନୁଷ୍ଠିତ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories