www.samajalive.in
Saturday, December 13, 2025
26.1 C
Bhubaneswar

୪୯୨ ବର୍ଷ ପରେ ଅଯୋଧ୍ୟାରେ ପୁଣି ତିଆରି ହେବ ରାମ ମନ୍ଦିର

ନୂଆଦିଲ୍ଲୀ: ଦୀର୍ଘ ୪୯୨ ବର୍ଷ ପରେ ଭଗବାନ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ପୁଣି ଥରେ ତିଆରି ହେବ ରାମ ମନ୍ଦିର। ଏଥିପାଇଁ ବୁଧବାର ମନ୍ଦିରର ଶିଳାନ୍ୟାସ ହେବ। ଏହି ଶୁଭ ମୁହୂର୍ତ୍ତକୁ ଦେଶବାସୀ ଚାହିଁ ରହିଥିବାବେଳେ ଅଯୋଧ୍ୟା ରାମ ମନ୍ଦିର ପାଇଁ ପୁନର୍ବାର ପ୍ରସିଦ୍ଧି ଅର୍ଜନ କରିବାକୁ ଯାଉଛି।

୧୫୨୮ରେ ମୁସଲମାନ ଶାସକ ବାବରଙ୍କ ସୁବେଦାର ମୀର୍‌ ବାକୀ ଏଠାରେ ବାବ୍ରି ମସଜିଦ ନିର୍ମାଣ କରିଥିଲେ। ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ(ଏଏସଆଇ) ସଂସ୍ଥା ରିପୋର୍ଟ ଅନୁସାରେ ମସଜିଦ ପୂର୍ବରୁ ସେହି ସ୍ଥଳରେ ମନ୍ଦିର ରହିଥିବା କୁହାଯାଇଛି। ମନ୍ଦିରକୁ ଭଙ୍ଗାଯାଇ ମସଜିଦ ନିର୍ମାଣ କରାଯାଇଥିବା କୁହାଯାଉଛି। ମାତ୍ର ଏବେ ପୁଣି ଥରେ ସେହି ସ୍ଥାନରେ ରାମ ମନ୍ଦିର ଶୋଭା ପାଇବ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରର ଶିଳାନ୍ୟାସ କରିବା ସହିତ ଭୂମି ପୂଜନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ।

- Advertisement -

ସେହିପରି ୩୦ ବର୍ଷ ୮ ମାସ ୨୭ ଦିନ ପରେ ଏହା ଦ୍ବତୀୟ ଶିଳାନ୍ୟାସ ହେବ। ୧୯୮୯ ନଭେମ୍ବର ୯ରେ ରାମ ମନ୍ଦିରର ଶିଳାନ୍ୟାସ ହୋଇଥିଲା। ଦଳିତ ସଂପ୍ରଦାୟର କାମେଶ୍ଵର ଚୌପାଳ ପ୍ରଥରେ ଇଟା ରଖିଥିଲେ।

ତେବେ ମନ୍ଦିର ଭଙ୍ଗାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪୯୨ ବର୍ଷ ଭିତରେ ଅଯୋଧ୍ୟା ଅନେକ ଘଟଣାର ମୁକସାକ୍ଷୀ ରହିଛି। ମନ୍ଦିର ଭଙ୍ଗାଯାଇ ମସଜିଦ ନିର୍ମାଣ ହେଲା। ମସଜିଦ ଭାଙ୍ଗି ପୁଣି ଥରେ ମସଜିଦ ତିଆରି ହେଲା। ତାହାକୁ ପୁଣି ଥରେ ଭାଙ୍ଗି ଦିଆଗଲା। ୧୬୭ ବର୍ଷ ତଳେ ମନ୍ଦିରକୁ ନେଇ ପ୍ରଥମ ଥର ଅଯୋଧ୍ୟାରେ ହିଂସା ସୃଷ୍ଟି ହୋଇଥିଲା। ଏହାର ୫ ବର୍ଷ ପରେ ମନ୍ଦିର ଏବଂ ମସଜିଦ ବିବାଦକୁ ନେଇ ପ୍ରଥମେ ଏତଲା ଦାୟର ହୋଇଥିଲା। ୧୩୫ ବର୍ଷ ପୂର୍ବେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ତେବେ ୮ମାସ ୨୭ ଦିନ ତଳେ ରାମଲାଲାଙ୍କୁ ପୁନଃ ବିରାଜମାନ କରିବାକୁ ସୁପ୍ରିମକୋର୍ଟ ରାୟ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories