କଂଗ୍ରେସରେ ‘ରାମ-ରାମ’: ପ୍ରିୟଙ୍କାଙ୍କ ୨୧ ଧାଡ଼ିରେ ୨୩ ଥର ’ରାମ’, ଗେରୁଆ ଧାରଣ କଲେ କମଳନାଥ
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ନିମନ୍ତେ ଆଉ ମାତ୍ର କେଇ ଘଣ୍ଟା ବାକି । ସାରା ଅଯୋଧ୍ୟା ଏବେ ରାମମୟ ଓ ରାମମଗ୍ନ। ଏତିକି ବେଳେ କଂଗ୍ରେସ ବି ପ୍ରଭୁ ରାମଙ୍କୁ ସ୍ମରଣ କରିବାରେ ଆଦୌ ହେଳା କରିନାହିଁ । ଗୋପନରେ ନୁହେଁ, କଂଗ୍ରେସ ଖୋଲାଖୋଲି ଭାବରେ ରାମନାମ ଜପ ଆରମ୍ଭ କରିଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ଏକ ଟ୍ବିଟ୍ କରିଛନ୍ତି । ଯେଉଁଥିରେ ୨୧ ଧାଡ଼ିରେ ୨୭୦ଟି ଶବ୍ଦ ରହିଛି । ଏଥିରେ ୨୩ ଥର ରାମ ନାମ ଲେଖାଯାଇଛି । ପ୍ରିୟଙ୍କା ଏହି ଟ୍ବିଟରେ ନିଜେ ଦସ୍ତଖତ କରିଛନ୍ତି ।
सरलता, साहस, संयम, त्याग, वचनवद्धता, दीनबंधु राम नाम का सार है। राम सबमें हैं, राम सबके साथ हैं।
भगवान राम और माता सीता के संदेश और उनकी कृपा के साथ रामलला के मंदिर के भूमिपूजन का कार्यक्रम राष्ट्रीय एकता, बंधुत्व और सांस्कृतिक समागम का अवसर बने।
मेरा वक्तव्य pic.twitter.com/ZDT1U6gBnb
— Priyanka Gandhi Vadra (@priyankagandhi) August 4, 2020
ପ୍ରିୟଙ୍କା ଏହି ଟ୍ବିଟରେ ଲେଖିଛନ୍ତି ରାମ ସମସ୍ତଙ୍କଠାରେ ଅଛନ୍ତି, ରାମ ସମସ୍ତଙ୍କର । ରାମ କବୀରଙ୍କର ଥିଲେ, ତୁଳସୀ ଦାସଙ୍କର ଥିଲେ ଓ ରୈଦାସଙ୍କର ମଧ୍ୟ ଥିଲେ । ଗାନ୍ଧୀଙ୍କ ରଘୁପତି ରାଘବ ରାଜା ରାମ ସମସ୍ତଙ୍କୁ ସଦବୁଦ୍ଧି ଦେବେ । ପ୍ରିୟଙ୍କାଙ୍କର ଏହି ଟ୍ବିଟକୁ ନେଇ ରାଜନୀତି ଦାନା ବାନ୍ଧିଛି । ପ୍ରିୟଙ୍କାଙ୍କ ଏହି ଟ୍ବିଟ୍ ରାମ ରଙ୍ଗରେ ରଙ୍ଗୀନ ହୋଇ ଯାଇଛି ବୋଲି କେହି କେହି କହିବା ଆରମ୍ଭ କରିଛନ୍ତି ।
ଗେରୁଆ ବସ୍ତ୍ରରେ ସୁନ୍ଦରକାଣ୍ଡ ପାଠ କଲେ କମଳନାଥ, ଅଯୋଧ୍ୟା ପଠାଇବେ ରୁପା ଇଟା
କେବଳ ପ୍ରିୟଙ୍କା ନୁହନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଳନାଥ ନିଜ ଟ୍ବିଟର ପ୍ରୋଫାଇଲ୍ ଫଟୋ ବଦଳାଇ ଦେଇଛନ୍ତି । ଦେହରେ ଗେରୁଆ ବସ୍ତ୍ର ପିନ୍ଧି ମୁଣ୍ଡରେ ତ୍ରିଧାର ତିଳକ ଲଗାଇ ପୁରା ଗେରୁଆମୟ ହୋଇ ଯାଇଛନ୍ତି କମଳନାଥ । ସେ ରାମମନ୍ଦିର ନିର୍ମାଣ ନିମନ୍ତେ ସୁନ୍ଦରାକାଣ୍ଡ ପାଠ କରିଛନ୍ତି । କହିଛନ୍ତି ରାମମନ୍ଦିର ନିର୍ମାଣ ସ୍ବାଗତଯୋଗ୍ୟ । ୧୯୮୫ରେ ରାଜୀବ ଗାନ୍ଧୀ ଏହାର ପ୍ରାରମ୍ଭ କରିଥିଲେ, ୧୯୮୯ରେ ଏହାର ଶିଳାନ୍ୟାସ କରାଯାଇଥିଲା । ରାଜୀବ ଗାନ୍ଧୀଙ୍କ ଯୋଗୁଁ ରାମମନ୍ଦିର ସ୍ବପ୍ନ ଆଜି ସଫଳ ହେଲା । ଆଜି ରାଜୀବ ଗାନ୍ଧୀ ଥିଲେ ଏ ସବୁ ଦେଖିଥାଆନ୍ତେ ।
ଭାରତର ସଂସ୍କୃତି ସମସ୍ତଙ୍କୁ ଏକାଠି କରିଥାଏ । ଏହା ଆମର ପରିଚୟ । ଆମେ ଯେତେବେଳେ ଯାହା କରୁଥାଉ, ତାହା ବିଜେପି ପେଟରେ ଯନ୍ତ୍ରଣା ସୃଷ୍ଟି କରିଥାଏ । କ’ଣ ଧର୍ମ ଉପରେ ତାଙ୍କର ଏକଛତ୍ର ଅଧିକାର ଅଛି ନା ସେମାନେ ଧର୍ମର ଏଜେନ୍ସି ନେଇଛନ୍ତି ? ସେ ଏ କଥା ମଧ୍ୟ କହିଛନ୍ତି ଯେ ଅଯୋଧ୍ୟା ରାମମନ୍ଦିର ନିମନ୍ତେ ସେ ୧୧ଟି ଚାନ୍ଦି ଇଟା ଅଯୋଧ୍ୟା ପଠାଇବେ । ଆସନ୍ତାକାଲି ଏକ ଐତିହାସିକ ଦିନ ଓ ଏହାକୁ ସାରା ଦେଶ ପ୍ରତୀକ୍ଷା କରିଛି ।
ସୁରଜେୱାଲା ମନେ ପକାଇଲେ ରାମଙ୍କ ମର୍ଯ୍ୟାଦା
କଂଗ୍ରେସ ପ୍ରବକ୍ତା ରଦୀପ ସୁରଜେୱାଲା ମଧ୍ୟ ରାମଙ୍କ ପ୍ରସଙ୍ଗରେ ଚୁପ୍ ରହିନାହାନ୍ତି । ସେ କହିଛନ୍ତି ଯେ ରାମମନ୍ଦିର ନିର୍ମାଣ କାର୍ଯ୍ୟକ୍ରମ ସମ୍ପର୍କରେ ସେ କୌଣସି ରାଜନୈତିକ ବୟାନ ଦେବାକୁ ଚାହୁଁ ନାହାନ୍ତି । ମାତ୍ର ଏ କଥା ନିଶ୍ଚିତ କୁହାଯିବାର ଆବଶ୍ୟକତା ଅଛି ଯେ ରାଜନୀତିର ଧର୍ମ ରହିବା ଆବଶ୍ୟକ, ମାତ୍ର ଧର୍ମର ରାଜନୀତିକରଣ ହେବା ଅନୁଚିତ୍ । ଏହା ହିଁ ଶ୍ରୀରାମଙ୍କ ମର୍ଯ୍ୟଦା ।
Comments are closed.