www.samajalive.in
Saturday, December 6, 2025
14.1 C
Bhubaneswar

ଅସହାୟ ଅବସ୍ଥାରେ ବିଧବା ମହିଳା

ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ପଣ୍ଡରିପାଣି ଗ୍ରାମର ବିଧବା ମହିଳା ଲିମେ ମାଝୀ ନିଜ ୨ ପୁଅ ଝିଅଙ୍କ ସହ ଅସହାୟ ଅବସ୍ଥାରେ ରହୁଥିବା ବେଳେ ବିଧବା ଭତ୍ତା ଖଣ୍ଡିକ ମଧ୍ୟ ପାଇନାହାନ୍ତି। ଗତ ବର୍ଷ ସ୍ୱାମୀ ସନାତନ ମାଝୀ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ଅସହାୟ ଅବସ୍ଥାର ରହିଥିବା ଏହି ବିଧବା ମହିଳା ଜଣକ ଚାଉଳ କାର୍ଡ କିମ୍ବା ଭତ୍ତା ମଧ୍ୟ ଏ ପର୍ୟ୍ୟନ୍ତ ପାଇନାହାନ୍ତି। ନିଜର ୭ ବର୍ଷ ର ଝିଅ ଏବଂ ୪ ବର୍ଷ ର ପୁଅଙ୍କ ଭବିଷ୍ୟତ ଚିନ୍ତାରେ ଘାରି ହେଉଥିବା ବେଳେ ମଜୁରୀ କାମ କରି ପରିବାର ଚଳାଉଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କୁ ପରିବାର ମଙ୍ଗଳ ଯୋଜନାରେ ସହାୟତା ମଧ୍ୟ ମଳିିି ନାହିଁ। ରାସନ କାର୍ଡ ,ଭତ୍ତା ଏବଂ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି। ସେହିପରି ସ୍ୱାମୀଙ୍କ ମୃତ୍ୟୁର ୬ ବର୍ଷ ବିତିଯାଇଥିଲେ ମଧ୍ୟ ବିଧବା ଭତ୍ତା କିମ୍ବା ପରିବାର ମଙ୍ଗଳ ଯୋଜନା ରେ ସହାୟତା ମିଳିନାହିଁ। ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories