www.samajalive.in
Saturday, December 6, 2025
26.1 C
Bhubaneswar

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ପାଇଁ ମୁମ୍ବଇ ଯାଇଥିବା ଏସପିଙ୍କ କ୍ବାରେଣ୍ଟାଇନ କରାଯିବାକୁ ନାପସନ୍ଦ କଲେ ନୀତିଶ

ମୁମ୍ବଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତ ପାଇଁ ମୁମ୍ୱଇ ଯାଇଥିବା ପାଟଣା ସିଟି ଏସପି ବିନୟ ତିଓ୍ୱାରୀଙ୍କୁ ବିଏମସି ଅଧିକାରୀ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖିଛନ୍ତି । ଏହି ଘଟଣା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଯାହା ହେଲା ତାହା ଠିକ୍ ହୋଇନାହିଁ । ଏହା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ,ବିହାର ପୋଲିସ ନିଜ କର୍ତ୍ତବ୍ୟ ପାଳନ କରୁଛି । ଏହି ପ୍ରସଙ୍ଗରେ ବିହାର ଡିଜିପି ସେଠାକାର ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର  କହିଛନ୍ତି ।

ଅନ୍ୟପକ୍ଷରେ ପାଟଣା ସିଟି ଏସପି ବିନୟ ତିଓ୍ୱାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ପ୍ରସଙ୍ଗକୁ ନେଇ ନିଜ ପକ୍ଷ ରଖିଛି ବିଏମସି । ବିଏମସି ପକ୍ଷରୁ କୁହାଯାଇଛି ଯେ, ଏସପି ବିନୟ ତିୱାରୀଙ୍କୁ ମୁମ୍ବଇ ଏୟାରପୋର୍ଟରେ ଘରୋଇ ଆଗମନର ବର୍ତ୍ତମାନ ଗାଇଡଲାଇନ୍ ଅନୁସାରେ କ୍ୱାରେଣ୍ଟାଇନ୍ କରାଯାଇଛି ।

- Advertisement -

ସୂଚନାଯୋଗ୍ୟ ସୁଶାନ୍ତ ସିଂହ ରାଜପୁତ ମାମଲାର ଯାଞ୍ଚ ପାଇଁ ପାଟନା ସିଟି ଏସପି ବିନୟ ତିୱାରୀ ମୁମ୍ବାଇରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନ୍ କରିଦିଆଯାଇଥିଲା । ମୁମ୍ବଇ ଏୟାରପୋର୍ଟରୁ ବାହାରିବା ପରେ ସିଟି ଏସପି ଏହି ମାମଲାର ତଦନ୍ତ କରୁଥିବା ୪ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ୬ ଦିନ ମଧ୍ୟରେ ଟିମ୍ ଦ୍ୱାରା କରାଯାଇଥିବା ତଦନ୍ତ ଓ ଜମା କରାଯାଇଥିବା ପ୍ରମାଣ ବାବଦରେ ତଥ୍ୟ ନେଇଥିଲେ । ବିନୟ ତିୱାରୀ ନିଜ ଟିମ୍ ସହ ଜଣେ ସନ୍ଦିଗ୍ଧଙ୍କୁ ଜେରା କରୁଥିବା ବେଳେ ରବିବାର ରାତି ୧୧ଟା ବେଳେ ବିଏମସିର ଅଧିକାରୀ ତାଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ କରିଥିଲେ ।

ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ରବିବାର ବିଳମ୍ବିତ ରାତ୍ରିରେ ଟ୍ୱିଟ୍ କରି ଏସମ୍ପର୍କରେ ସୂଚନା ଦେଇଥିଲେ । ସେ ଲେଖିଥିଲେ ଯେ, ତଦନ୍ତ ପାଇଁ ଯାଇଥିବା ପାଟନା ସିଟି ଏସପିଙ୍କୁ ବିଏମସି ବଳପୂର୍ବକ କ୍ୱାରେଣ୍ଟାଇନ୍ କରିଛନ୍ତି । ଅନୁରୋଧ ସତ୍ୱେ ତାଙ୍କୁ ଆଇପିଏସ ମେସରେ ରହିବାର ସୂଯୋଗ ଦିଆନଯାଇ ଗୋରେଗାଓଁର ଏକ ଗେଷ୍ଟ ହାଉସରେ ରହିବା ପାଇଁ ଦିଆଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories