www.samajalive.in
Saturday, December 6, 2025
16.1 C
Bhubaneswar

ରାକ୍ଷୀ ରହିଲା ସାକ୍ଷୀ, ଭଉଣୀ ହାତରୁ ରାକ୍ଷୀ ବାନ୍ଧିବା ପାଇଁ ମାଓ ସଙ୍ଗଠନ ଛାଡିଲେ କ୍ୟାଡର ମାଓବାଦୀ

ମାଲକାନଗିରି : ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। କୁହାଯାଏ ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ। ଭାଇ ସର୍ବଦା ନିଜ ଭଉଣୀକୁ ସମସ୍ତ ବିପଦରୁ ରକ୍ଷା କରିଥାଏ। ଏଭଳି ଭାଇ ଭଉଣୀ ସମ୍ପର୍କର ଏକ ଝଲକ ମାଲକାନଗିରିରେ ଦେଖିବାକୁ ମିଳିଛି। ଭଉଣୀଙ୍କ ଆହ୍ବାନ କ୍ରମେ କ୍ୟାଡର ମାଓବାଦୀ ଲାଲ ସଙ୍ଗଠନ ଛାଡିଛନ୍ତି। ୧୩ ବର୍ଷ ପରେ ପୁଲିସ ଉପସ୍ଥିତିରେ ଭାଇ ହାତରେ ରାଖି ବାନ୍ଧିଛି ଭଉଣୀ। ଏହି ଘଟଣା ଛତିଶଗଡ ଦାନ୍ତେଓାଡା ଜିଲାର । ପଶ୍ଚିମ ବସ୍ତର ଏରିଆ କମିଟିର ପ୍ଲାଟୁନ ନଂ ୧୩ର ଡେପୁଟି ପ୍ଲାଟୁନ କମାଣ୍ଡର ମଲ୍ଲା ତାମୋ ଗତ୧୩ ବର୍ଷ ଧରି ସଙ୍ଗଠନରେ ସକ୍ରିୟ ରହି ବହୁ ବଡ ବଡ ହିଂସାକାଣ୍ଡ ଘଟାଇଥିଲେ। ତାଙ୍କ ନାଁରେ ୧୩ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଥିଲା । ତେବେ ମଲ୍ଲା ଠିକ ରାଖି ଅବସରରେ ଦାନ୍ତେଓାଡା ଏସପି ଓ ସିଆରପିଏଫ ଡିଆଜିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। ଦେଶ ମାତୃକାର ରକ୍ଷା ଲାଗି ଭଉଣୀଙ୍କୁ କଥା ଦେଇଛନ୍ତି।

ସୂଚନାଯୋଗ୍ୟ ମାଓ ସଙ୍ଗଠନରେ କାର୍ଯ୍ୟ କରୁଥିବା କମାଣ୍ଡର ମଲ୍ଲା ତାମୋ ପ୍ରତିବର୍ଷ ରାକ୍ଷୀରେ ଘରକୁ ଆସି ଭଉଣୀ ହାତରୁ ରାକ୍ଷୀ ବାନ୍ଧିଥାଏ । ଚଳିତ ବର୍ଷ ମଧ୍ୟ ରାକ୍ଷୀ ବାନ୍ଧିବା ପାଇଁ ଆସିଥିବା ବେଳେ ଭଉଣୀ ସର୍ତ୍ତ ରଖିଥିଲେ । କହିଥିଲେ ରାଖୀ ସେତେବେଳେ ବାନ୍ଧିବି ଯଦି ତୁମେ ନକ୍ସଲ ସଙ୍ଗଠନ ଛାଡି ଆମ ସହିତ ଘରେ ରହିବ । ଭଉଣୀର ଏଭଳି କଥା ଶୁଣିବା ପରେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ ମଲ୍ଲା। ତେଣୁ ଶେଷରେ ସେ ଭଉଣୀର କଥା ରଖିଲେ । ଲିଙ୍ଗେ ଫୋନ୍‌ରେ ଏସ୍‌ପି ଡକ୍ଟର ଅଭିଷେକ ପଲ୍ଲଭଙ୍କ ସହିତ କଥା ହୋଇ ଭାଇର ଆତ୍ମସମର୍ପଣ ବିଷୟରେ ଜଣାଇଥିଲେ । ଏସ୍‌ପିଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଲିଙ୍ଗେ ଆଜି ପୂର୍ବାହ୍ନରେ ନିଜର ସ୍ୱାମୀ ଓ ଭାଇଙ୍କୁ ସାଥୀରେ ଧରି କରାଲି ପୁଲିସ ଲାଇନରେ ପହଞ୍ଚିଲେ । ସେଠାରେ ଏସ୍‌ପି ଡକ୍ଟର ପଲ୍ଲଭ ଓ ସିଆରପିଏଫ ଡିଆଇଜି ବିନୟ କୁମାର ସିଂହଙ୍କ ଉପସ୍ଥିତିରେ ମଲ୍ଲା ଆତ୍ମସମର୍ପଣ କରିଥିଲେ

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories