www.samajalive.in
Friday, December 12, 2025
16.1 C
Bhubaneswar

୩ ହଜାର ପୁଞ୍ଜିରେ ୬ କୋଟିର ପ୍ରକଳ୍ପ

ଭଞ୍ଜନଗର: ମାତ୍ର ୩ ହଜାର ଟଙ୍କାରେ ଅଣ୍ଡା ବ୍ୟବସାୟ ଆରମ୍ଭ କରିଥିବା ଭଞ୍ଜନଗର ଉଦ୍‍ଯୋଗୀ ଯୁବକ କେ.ବାଲ୍‍ରାଜୁ ଦୋରା ଆଜି ୬ କୋଟି ଟଙ୍କାର ପ୍ରକଳ୍ପ ଛିଡା କରିବାରେ ସକ୍ଷମ ହୋଇଛନ୍ତି। ୭୦ ହଜାର କୁକୁଡା ପାଳନ କରି ଦୈନିକ ୬୦ ହଜାର ଅଣ୍ଡା ଉତ୍ପାଦନ କରୁଛନ୍ତି। ଓଡିଶାକୁ ଆନ୍ଧ୍ରପ୍ରଦେଶ ବିପୁଳ ପରିମାଣରେ ମାଛ ଓ ଅଣ୍ଡା ଯୋଗାଇ ପ୍ରଚୁର ପରିମାଣରେ ଅର୍ଥ ନେଉଥିବା ବେଳେ ନିଜ ଭିଟାମାଟିରେ ପ୍ରକଳ୍ପ ତିଆରି କରି ନିଜ ଅଞ୍ଚଳ ଓ ରାଜ୍ୟବାସୀଙ୍କୁ ସୁଲଭ ଦରରେ ଅଣ୍ଡା ଯୋଗାଇ ଦେବାର ସଙ୍କଳ୍ପ ଆଜି ସଫଳ ହୋଇଛି ବୋଲି ବାଲରାଜୁ ଦୋରା ଏକ ସାକ୍ଷାତକାରରେ କହିଛନ୍ତି। ଗଞ୍ଜାମ ଜିଲାରୁ ହଜାର ହଜାର ଯୁବକ ସୁରତ, ତାମିଲନାଡୁ, କେରଳ ଓ ବେଙ୍ଗାଲୁରକୁ ଶ୍ରମିକ ଭାବେ କାମ କରିବାକୁ ଯାଉଛନ୍ତି। ନିଜ ଅଞ୍ଚଳରେ ଏପରି ଛୋଟ ଛୋଟ ପ୍ରକଳ୍ପ ଗଢି ନିଜେ ସ୍ୱାବଲବନ଼ଶୀଳ ହେବାକୁ ସେ ପରାମର୍ଶ ଦେଇଛନ୍ତି। ବାହ୍ୟ ରାଜ୍ୟରୁ ଅଣ୍ଡା, ମାଛ ଓ ବିଭିନ୍ନ ଫଳ ବାବଦରେ ଯେଉଁ ବିପୁଳ ଅର୍ଥ ଚାଲି ଯାଉଛି, ତାହା ରାଜ୍ୟବାସୀଙ୍କ ଆର୍ଥିକ ବିକାଶରେ ସହାୟକ ହୋଇ ବହୁ ବେକାର ଯୁବକ ଆତ୍ମ ନିଯୁକ୍ତି ପାଇପାରିବେ ବୋଲି ସେ କହିଛନ୍ତି।

ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ପ୍ରତାପୁର ପଞ୍ଚାୟତର ଲଣ୍ଡେଇହିଲ୍‍ ନାମକ ଏକ ସ୍ଥାନରେ ଏହି ଯୁବକ ୩୨ ଏକର ଜାଗାରେ କୁକୁଡା ଚାଷର ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି। ୨୦୧୬ ମସିହାରେ ୭୫ ଲକ୍ଷ ଟଙ୍କାର ସରକାରୀ ପ୍ରତ୍ସୋହନ ପାଇବା ପରେ ଅଢେଇ କୋଟି ଟଙ୍କା ଋଣ ଆଣି ଏହି ପ୍ରକଳ୍ପ ଆରମ୍ଭ କରିଥିଲେ। ଏହି ପ୍ରକଳ୍ପ ଦୈନିକ ପ୍ରାୟ ୨ ଲକ୍ଷ ଟଙ୍କାର ଅଣ୍ଡା ଉତ୍ପାଦନ କରି ଭଂଜନଗର ସମେତ ଆଖପାଖ ଅଞ୍ଚଳରେ ବ୍ୟବସାୟ କରି ଆସୁଥିଲା। ଚଳିତ ବର୍ଷ କଭୋଡି-୧୯ର ତାଲା ବନ୍ଦ ଯୋଗୁ ପ୍ରକଳ୍ପର ବ୍ୟାପକ କ୍ଷତି ହୋଇଛି। ଅଣ୍ଡା ପିଛିା ୩ଟଙ୍କା ୨୫ ପଇସା ପରିବର୍ତ୍ତେ ମାତ୍ର ୧ଟଙ୍କା ୫୦ ପଇସା ଦରରେ ବିକ୍ରି କରିବାକୁ ପଡିଲା ବୋଲି ସେ ଦର୍ଶାଇଛନ୍ତି। ତଥାପି, ପ୍ରକଳ୍ପର ଭିତ୍ତିଭୂମିକୁ ଅଧିକ ସଦୃଢ କରିବା ନିମନ୍ତେ ଆଗାମୀ ଦିନରେ ବ୍ୟାଙ୍କର ଅଧିକ ସାହାୟତା ନେଇ ଦୈନିକ ୩ ଲକ୍ଷ ଅଣ୍ଡା ଉତ୍ପାଦନର ଲକ୍ଷ୍ୟ ରିହିଛି ବୋଲି ସେ କହିଛନ୍ତି।

- Advertisement -

ପ୍ରକଳ୍ପରେ କୁକୁଡା ରହିବା ପାଇଁ ୫ଟି ସେଡ୍‍ କରାଯାଇଛି। ବାହାରୁ କୁକୁଡା ଛୁଆ ଆଣି ୮ରୁ ୧୮ ସପ୍ତାହ ବଡ ହେବା ପର୍ଯ୍ୟନ୍ତ ରଖାଯିବା ପରେ ଅଣ୍ଡା ଉତ୍ପାଦନ ପାଇଁ ଅନ୍ୟ ସେଡ୍‍କୁ ସ୍ଥାନାନ୍ତର କରାଯାଉଛି। ଗୋଟିଏ କୁକୁଡା ୧୮ରୁ ୮୦ ସପ୍ତାହ ପର୍ଯ୍ୟନ୍ତ ଦୈନିକ ଗୋଟିଏ ଅଣ୍ଡା ଅର୍ଥାତ ତାର ଜୀବନ କାଳରେ ୩୪୦ଟି ଅଣ୍ଡା ଦେଇଥାଏ ବୋଲି ସେ କହିଛନ୍ତି।

ଏହି ସଫଳ କୁକୁଡା ଚାଷୀଜଣକ ତାଙ୍କ ବାପା କେ. କାଳୁ ଦୋରାଙ୍କୁ ଅଣ୍ଡା ବ୍ୟବସାୟରେ ସହାୟତା କରି ୧୯୮୫ ମସିହାରେ ପ୍ରଥମେ ବ୍ରହ୍ମପୁରରୁ କିଛି ଅଣ୍ଡା କିଣି ଆଣି ଭଂଜନଗର ଅଞ୍ଚଳରେ ବ୍ୟବସାୟ କରୁଥିଲେ। ମାତ୍ର ୩ ହଜାର ଟଙ୍କାରେ ଆରମ୍ଭ କରିଥିବା ତାଙ୍କର ଏହି ବ୍ୟବସାୟ ଏବେ ସୂଦୁର ପ୍ରସାରୀ। ପ୍ରକଳ୍ପରେ ଏବେ ୩୦ ଜଣ କର୍ମଚାରୀ ନିୟୋଜିତ । ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଦୀର୍ଘ ୧୮ ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ ପଡିବାକୁ ହୋଇଥାଏ ବୋଲି ସେ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories