www.samajalive.in
Tuesday, December 9, 2025
16.1 C
Bhubaneswar

ମିଳିଲାନି ମହାପ୍ରୟାଣ ଗାଡ଼ି, ଅଟୋରେ ବୁହାହେଲା ଶବ

ଫୁଲବାଣୀ/କ.ନୂଆଗାଁ: କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ପୁଣି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି। ଭେଣ୍ଡିଆ ପୁଅର ମୃତ୍ୟୁ ପରେ ମଧ୍ୟ ମହାପ୍ରୟାଣ ଗାଡ଼ି ନମିଳିବାରୁ ବାଧ୍ୟ ହୋଇ ସଂପର୍କୀୟ ଲୋକେ ଏକ ଅଟୋରେ ଶବକୁ ବୋହିଥିଲେ। ପରିତାପର ବିଷୟ ଲକ୍‍ଡ଼ାଉନ୍‍ ଓ ସଟ୍‍ ଡ଼ାଉନ୍‍ ଯୋଗୁ ଭୁବନେଶ୍ବରରୁ ଫେରିନପାରି ଚିକିତ୍ସାଧୀନ ଅବସ୍ଥାରେ ପୁଅକୁ ଦେଖିପାରିନଥିବା ଯୁବକର ବାପା-ମା’ ମୃତ୍ୟୁପରେ ପୁଅକୁ ଦେଖିବାର ସୁଯୋଗ ପାଇଛନ୍ତି।

କ.ନୂଆଗାଁ ବ୍ଳକ ଚାଞ୍ଚେଡ଼ି ପଞ୍ଚାୟତ ଅନ୍ତର୍ଗତ କ୍ରିଟାଙ୍ଗିଆ ଗ୍ରାମର ଅଂଶୁମାନ ନାୟକ ସିକିଲିନ୍‍ ରୋଗରେ ପୀଡ଼ିତ ହୋଇ ରାଇକିଆ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡ଼ାକ୍ତରଙ୍କ ଚେଷ୍ଟା ସତ୍ତ୍ବେ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା। ଘରକୁ ମୃତଦେହ ନେବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମହାପ୍ରୟାଣ ଗାଡ଼ି ଯୋଗାଇ ଦେବାକୁ ପରିବାର ଲୋକେ ନିବେଦନ କରିଥିଲେ। ଗାଡ଼ି ନମିଳିବାରୁ ବାଧ୍ୟ ହୋଇ ଏକ ଅଟୋ ଭଡ଼ାକରି ମୃତ ଦେହକୁ ନିଜ ଘରକୁ ନେଇଥିଲେ। ମୃତ ଅଂଶୁମାନଙ୍କର ବାପା-ମା’ ଭୁବନେଶ୍ୱରରେ କାମ କରୁଛନ୍ତି। ପୁଅର ଅସୁସ୍ଥତା ଖବର ପାଇଥିଲେ ମଧ୍ୟ ଗାଡ଼ି ଚଳାଚଳ ହେଉନଥିବାରୁ ସେମାନେ ଫେରି ପାରିନଥିଲେ। ପୁଅର ମୃତ୍ୟୁ ଖବର ପାଇବା ପରେ ସେମାନେ କୌଣସି ପ୍ରକାର ଫେରିଛନ୍ତି।

- Advertisement -

କିଛିଦିନ ତଳେ ରାଇକିଆରେ କଣ୍ଟେନମେଣ୍ଟ ଜୋନ୍‍ ଯୋଗୁ ଜଣେ ନାବାଳକକୁ ପରିବାର ଲୋକେ ସଠିକ୍‍ ସମୟରେ ଡ଼ାକ୍ତରଖାନାରେ ପହଞ୍ଚାଇନପାରିବାରୁ ତାର ମୃତ୍ୟୁ ହୋଇଥିଲା। ସେହିଭଳି ଅନ୍ୟଜଣେ ଗର୍ଭବତୀ ମହିଳା ମଧ୍ୟ କଣ୍ଟେନମେଣ୍ଟ ଜୋନ୍‍ ଯୋଗୁ ଆମ୍ବୁଲାନ୍ସ ସେବା ପାଇ ପାରିନଥିଲେ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories