ବନ୍ଦ ହେବ ନାନୋ କାର!

0

ନୂଆଦିଲ୍ଲୀ: ସାଧାରଣ ବର୍ଗଙ୍କ ସ୍ୱପ୍ନର କାର କୁହାଯାଉ ଥିବା ତଥା ରତନ ଟାଟାଙ୍କ ଡ୍ରିମ ପ୍ରଜେକ୍ଟ କୁହାଯାଉ ଥିବା ଟାଟା ନାନୋର ଉତ୍ପାଦନ କ୍ରମଶଃ କମିବାରେ ଲାଗିଛି। ୨୦୧୮ ଜୁନ୍‍ରେ ଟାଟା କେବଳ ଗୋଟିଏ ନାନୋ କାର ନିର୍ମାଣ କରିଛି। ପରିସ୍ଥିତିକୁ ଅନୁଧ୍ୟାନ କଲେ ନାନୋ କାରକୁ କମ୍ପାନୀ ଖୁବ୍‍ ଶୀଘ୍ର ବନ୍ଦ କରିଦେବାର ଆଶଙ୍କା ରହିଛି କହିଲେ ଭୁଲ ହେବ ନାହିଁ। ଆବଶ୍ୟ କମ୍ପାନୀ ଏଭଳି ଆଶଙ୍କକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି। ନାନୋ ପ୍ରଜେକ୍ଟକୁ ବନ୍ଦ କରିବା ଦିଗରେ କମ୍ପାନୀ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି କୁହାଯାଇଛି।
ବିଗତ ମାସରେ ଟାଟା କମ୍ପାନୀ କେବଳ ୩ଟି କାର ବିକ୍ରି କରିବାରେ ସଫଳ ହୋଇଛି। ଅଥଚ ୨୦୧୭ଜୁନ୍‍ରେ ୨୭୫ଟି କାର ନିର୍ମାଣ କରିଥିଲା ଟାଟା। ଏଠାରେ ସୂଚନା ଯୋଗ୍ୟ ନାନୋ କାରକୁ ଟାଟା ୨୦୦୮ ଅଟୋ ଏକ୍ସପୋରେ ପ୍ରଦର୍ଶିତ କରିଥିଲା। ମାତ୍ର ଏକ ଲକ୍ଷ ଟଙ୍କାରେ ସାଧାରଣ ଲୋକଙ୍କ କାର ବୋଲି ଏହାକୁ ପ୍ରଚାର କରାଯାଇ ଥିଲା। ୨୦୦୯ରେ ପ୍ରଥମ ଥର ପାଇଁ ଏହି କାର ବଜାରରେ ପ୍ରବେଶ କରିଥିଲା। ବର୍ତ୍ତମାନ ବଜାର ଚାହିଦାକୁ ଦୃଷ୍ଟିରେ ରଖି ନିର୍ମିତ କାରର ମୂଲ୍ୟ ଏକ ଲକ୍ଷରୁ ବେଶ୍‍ ଅଧିକ ହୋଇଯାଇ ଥିଲା। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଟାଟା ନାନୋରେ ପରିବର୍ତ୍ତନ ଆଣି ଏହାର ମୂଲ୍ୟକୁ ୧ଲକ୍ଷ ଟଙ୍କା ଅଥବା ସାମାନ୍ୟ ଊଦ୍ଧ୍ୱର୍ରେ ରଖିବାକୁ ଉଦ୍ୟମ କରିବ ନା’ ବଜାରରେ ବିକ୍ରି ହେଉଥିବା ଅନ୍ୟାନ୍ୟ କାର କମ୍ପାନୀ ସହ ତାଳ ମେଳାଇ ଏହାର ମୂଲ୍ୟକୁ ବୃଦ୍ଧି କରିବ ଏହା ଉପରେ ନିର୍ଭର କରୁଛି ନାନୋର ଭବିଷ୍ୟତ।

Leave A Reply