www.samajalive.in
Sunday, December 7, 2025
26.1 C
Bhubaneswar

କୋଭିଡ୍‍-୧୯ ଆରୋଗ୍ୟ ହାର ୬୪.୫୨%, ମୃତ୍ୟୁସଂଖ୍ୟା ୩୬ ହଜାର ୫୧୧

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୧୦ଲକ୍ଷ ୯୪ହଜାର ୩୭୪କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟା ଭିତରେ ଆଉ ୩୬ହଜାର ୫ଶହ ୬୯ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିଛନ୍ତି। ସହ ଏଥିସହିତ କୋଭିଡ୍‍-୧୯ ଆରୋଗ୍ୟ ହାର ୬୪.୫୨%କୁ  ବୃଦ୍ଧି ପାଇଛି। ଅନ୍ୟପକ୍ଷରେ କୋଭିଡ୍‍-୧୯ ମୃତ୍ୟୁହାର ଆହୁରି ହ୍ରାସ ପାଇ ୨.୧୫% ରହିଛି।

ଗୋଟିଏ ଦିନ ଭିତରେ ଆଉ ୫୭ହଜାର ୧୧୮ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ଦେଶରେ କୋଭିଡ୍‍-୧୯ ସଂକ୍ରମିତଙ୍କ ସଂଖ୍ୟା ୧୬ଲକ୍ଷ ୯୫ହଜାର ୯୮୮ ରହିଛି। ଦେଶର ବିଭିନ୍ନ କୋଭିଡ୍‍ ହସ୍ପିଟାଲରେ ଏବେ ୫ଲକ୍ଷ ୬୫ହଜାର ୧୦୩ଜଣ ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି। ଗୋଟିଏ ଦିନରେ ଆଉ ୭୬୪ଜଣ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ସହ କୋଭିଡ ମୃତ୍ୟୁସଂଖ୍ୟା ୩୬ ହଜାର ୫୧୧ରେ ପହଞ୍ଚିଛି।

- Advertisement -

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କହିଛି ଗତ ୨୪ଘଣ୍ଟା ଭିତରେ ୫ଲକ୍ଷ ୨୫ହଜାର ୬୮୯ଟି ନମୂନା ପରୀକ୍ଷା କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ଦେଶରେ ସର୍ବମୋଟ ୧ କୋଟି ୯୩ ଲକ୍ଷ ୫୮ହଜାର ୬୫୯ଟି ନମୂନାର ପରୀକ୍ଷା କରାଯାଇଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories