www.samajalive.in
Friday, December 5, 2025
17.1 C
Bhubaneswar

ମଙ୍ଗଳସୂତ୍ର ବନ୍ଧକ ରଖି ଆଣିଲେ ଟିଭି ; କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କରୋନା ଭୂତାଣୁ କାରଣରୁ ବିଭିନ୍ନ ସ୍ଥାନରେ ଲକଡ଼ାଉନ ନିୟମ ଜାରି କରାଯାଇଛି। ଏହି କାରଣରୁ ସାରା ଦେଶରେ ସ୍କୁଲ ଓ କଲେଜ ଗତ କିଛି ମାସ ପୂର୍ବରୁ ଏଯାଏଁ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ପିଲାମାନଙ୍କ ପାଠ ମାଧ୍ୟମ ବର୍ତମାନ ଟିଭି ଓ ମୋବାଇଲରେ ଅନଲାଇନ କ୍ଲାସ। ମାତ୍ର ଆର୍ଥିକ କ୍ଷେତ୍ରରେ ଭଲ ନଥିବାରୁ ଜଣେ ମହିଳା ନିଜ ପିଲାଙ୍କ ପାଠ ପଢା ପାଇଁ ଟିଭି ପ୍ରଥମେ ଟିଭି କିଣିନପାରିବାରୁ, ଟିଭି କିଣିବାକୁ ଯାହା କରିଛନ୍ତି, ତାହା ଜାଣି ସେହି ମାଆଙ୍କ ପ୍ରତି ଆପଣଙ୍କ ସମ୍ମାନ ମଧ୍ୟ ଦ୍ୱିଗୁଣିତ ହୋଇଯିବ।
ମହିଳା ଜଣଙ୍କ ନିଜ ମଙ୍ଗଳସୂତ୍ର ବନ୍ଧକ ରଖି ପିଲାଙ୍କ ପାଠ ପାଇଁ ଟିଭି ଆଣିଛନ୍ତି।
ଏହି ଘଟଣା କର୍ଣ୍ଣାଟକର ଗଡ଼ଗ ଜିଲାର।ଗଡ଼ଗର ନାଗାନୁର ଗାଁରେ ରହୁଥିବା ଜଣେ ମହିଳା ଏହି କାର୍ଯ୍ୟ କରିଛନ୍ତି। ଟିଭିରେ ପ୍ରସାରିତ ହେଉଥିବା ପାଠ ପଢାର କାର୍ଯ୍ୟକ୍ରମ ଦେଖି ତା’ପିଲାମାନେ ପାଠ ପଢିବେ ବୋଲି ସେ ଏପରି ପଦକ୍ଷେପ ନେଇଛନ୍ତି। ଏହି ଘଟଣା ବିଷୟରେ ତହସିଲଦାର ଜାଣିବା ପରେ କିଛି ଅଧିକାରୀଙ୍କୁ ଏହାର ତଦନ୍ତ ପାଇଁ ପଠାଇଥିଲେ।
ଏହି ଘଟଣା ବିଷୟରେ ଜାଣି ଓ ଘଟଣା ଅଧିକ ଗମ୍ଭୀର ହେଉଥିବା ଦେଖି ମଙ୍ଗଳସୂତ୍ର ବନ୍ଧକ ରଖିଥିବା ବ୍ୟକ୍ତି ତାହାକୁ ଫେରସ୍ତ ଦେବାକୁ ରାଜି ହୋଇଯାଇଥିଲେ। କହିଥିଲେ ଯେତେବେଳେ ପଇସା ଯୋଗାଡ଼ ହୋଇଯିବ ଫେରାଇଦେବ।
ମହିଳାଙ୍କ କହିବା ଅନୁଯାୟୀ, ପୂର୍ବରୁ ତାଙ୍କ ପିଲାମାନେ ଅନ୍ୟ ଘରେ ଯାଇ ଟିଭି ଦେଖି ପାଠ ପଢୁଥିଲେ। ତାଙ୍କ ପାଖରେ ସେତେ ପରିମାଣରେ ଟଙ୍କା ନଥିବାରୁ ସେ ଏଭଳି ପଦକ୍ଷେପ ନେଇଥିଲେ। ବର୍ତମାନ ତାଙ୍କ ପିଲାମାନେ ଟିଭି ଆସିବାରୁ ସୁରୁଖୁରୁରେ ପାଠ ପଢୁଛନ୍ତି। ତାଙ୍କର ପିଲା ୭ମ ଓ ୮ମରେ ପଢୁଥିବା ବେଳେ ମହିଳାଙ୍କ ସ୍ୱାମୀ ମଜୁରିଆ କାର୍ଯ୍ୟ କରନ୍ତି। ମାତ୍ର ଏବେ ସଠିକ ଭାବେ କାମ ମିଳୁନଥିଲା। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟଲୋକେ ଟିଭି ପାଇଁ ଟଙ୍କା ଏକାଠି କରି ଦେଇଥିବା ବେଳେ କିଛି ନେତାମଧ୍ୟ ତାଙ୍କୁ ସାହାଯ୍ୟ କରିଛନ୍ତି। ଏବେ ପରିବାର ସମସ୍ତେ ଖୁସିରେ ଅଛନ୍ତି ବୋଲି ଜଣାପଡ଼ିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories