www.samajalive.in
Friday, December 5, 2025
20.1 C
Bhubaneswar

ସ୍ମାର୍ଟ ଇଣ୍ଡିଆ ହାକାଥନ୍‍-୨୦୨୦ : ଅଂଶଗ୍ରହଣ କରୁଛନ୍ତି ୪ଲକ୍ଷ ୫୦ହଜାରରୁ ଅଧିକ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ :   ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦର ଚଳିତବର୍ଷର ସ୍ମାର୍ଟ ଇଣ୍ଡିଆ ହାକାଥନ ଶନିବାର ଠାରୁ ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେବେ। ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିବେ। ସ୍ମାର୍ଟ ଇଣ୍ଡିଆ ହାକାଥନ୍‍ ୨୦୨୦ ଗ୍ରାଣ୍ଡ ଫିନାଲେ ଆସନ୍ତା ୩ ତାରିଖରେ ଅନୁଷ୍ଠିତ ହେବ। ଚଳିତବର୍ଷର ସ୍ମାର୍ଟ ଇଣ୍ଡିଆ ହାକାଥନରେ ୪ଲକ୍ଷ ୫୦ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି।

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହା ଚତୁର୍ଥ ହାକାଥନ୍‍ ଯାହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ
ନୂଆ ନୂଆ ଚିନ୍ତାଧାରାର ବିକାଶ କରାଇବାରେ ଅତ୍ୟନ୍ତ ସଫଳ ସାବ୍ୟସ୍ତ ହୋଇଛି। ସ୍ମାର୍ଟ ଇଣ୍ଡିଆ ହାକାଥନ୍‍ ଏକ ଦେଶବ୍ୟାପୀ ଅଭିଯାନ ଯାହା ଛାତ୍ରଛାତ୍ରୀମାନଙ୍କୁ ଆମା ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକର ସମଧାନ କରିବା ପାଇଁ ଏକ ଉତ୍ତମ ମଞ୍ଚ ସାବ୍ୟସ୍ତ ହୋଇଛି। ୨୦୧୭ରେ ପ୍ରଥମ ସ୍ମାର୍ଟ ଇଣ୍ଡିଆ ହାକାଥନ୍‍ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ୪୨ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ୨୦୧୮ ହାକାଥନରେ ୧ଲକ୍ଷ ଛାତ୍ରଛାତ୍ରୀ ଓ ୨୦୧୯ ହାକାଥନରେ ୨ଲକ୍ଷ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଗ୍ରାଣ୍ଡ ଫିନାଲରେ ସମଗ୍ର ଦେଶରୁ ଛାତ୍ରଛାତ୍ରୀମାନେ
ଅନ୍‍ଲାଇନ୍‍ ମାଧ୍ୟମରେ ଅଂଶଗ୍ରହଣ କରିବେ। ଚଳିତବର୍ଷର ସ୍ମାର୍ଟ ଇଣ୍ଡିଆ ହାକାଥନରେ ୪ଲକ୍ଷ ୫୦ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି।
ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ୩୭ଟି କେନ୍ଦ୍ର ସରକାରୀ ବିଭାଗ, ୧୭ଟି ରାଜ୍ୟସରକାର ଓ ୨୦ଟି ଶିଳ୍ପ ସଂସ୍ଥାର ୨୪୩ଟି ସମସ୍ୟା ଉପରେ ସମାଧାନ ବାହାର କରିବା ପାଇଁ ପ୍ରତିଯୋଗୀତାରେ ଭାଗ ନେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷାନୀତି ୨୦୨୦ ସଂକ୍ରାନ୍ତରେ ଉଦ୍‍ବୋଧନ ଦେବେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories