www.samajalive.in
Sunday, December 14, 2025
26.1 C
Bhubaneswar

ଆଇପିଏଲ୍‍ ଭାଷ୍ୟକାର ତାଲିକାରେ ସାମିଲ ପାଇଁ ମାଞ୍ଜ୍ରେକରଙ୍କ ଅନୁରୋଧ

ମୁମ୍ବଇ: ଚଳିତ ବର୍ଷ ମାର୍ଚ୍ଚରେ ପୂର୍ବତନ ଭାରତୀୟ ବ୍ୟାଟ୍‍ସମ୍ୟାନ ସଞ୍ଜୟ ମାଞ୍ଜ୍ରେକରଙ୍କୁ ତା’ର ଭାଷ୍ୟକାର ପ୍ୟାନେଲରୁ ବାଦ୍‍ ଦେଇଥିଲା ବିସିସିଆଇ। ଭାରତରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିରୋଧରେ ସୀମିତ ଓଭର ସିରିଜ୍‍ ପୂର୍ବରୁ ବିସିସିଆଇ ଏପରି ନିଷ୍ପତ୍ତି ନେଇଥିଲା। ତେବେ ଦେଶରେ କରୋନା ସଂକ୍ରମଣ ଯୋଗୁଁ ଉପରୋକ୍ତ ସିରିଜ୍‍ ବାତିଲ ହୋଇ ଯାଇଥିଲା। ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଲାଗି ତା’ର ଭାଷ୍ୟକାର ପ୍ୟାନେଲରେ ସାମିଲ କରିବା ପାଇଁ ବିସିସିଆଇକୁ ମାଞ୍ଜ୍ରେକର ଅନୁରୋଧ କରିଛନ୍ତି।

ଆଇପିଏଲ୍‍ର ସିଧା ପ୍ରସାରଣ କରିବାର ଅଧିକାର ଷ୍ଟାର୍‍ ସ୍ପୋର୍ଟସକୁ ମିଳିଛି। ଏହି ଚ୍ୟାନେଲ ପାଇଁ ଆଇପିଏଲ୍‍ ସମୟରେ ଭାଷ୍ୟକାର ଭାବେ କାମ କରିବାକୁ ମାଞ୍ଜ୍ରେକର ଇଚ୍ଛାପ୍ରକାଶ କରିଛନ୍ତି। ଏହି ସନ୍ଦର୍ଭରେ ବିସିସିଆଇର ଆପେକ୍ସ କାଉନ୍‍ସିଲକୁ ଏକ ସଂକ୍ଷିପ୍ତ ଇ-ମେଲ୍‍ ଦେଇ ମାଞ୍ଜ୍ରେକର ଏହି ଅନୁରୋଧ କରିଛନ୍ତି। ଏଥିରେ ସେ ସ୍ପଷ୍ଟଭାବେ ଉଲ୍ଲେଖ କରିଛନ୍ତି ଯେ ଭାଷ୍ୟକାରଙ୍କ ପାଇଁ ବିସିସିଆଇ ନିର୍ଦ୍ଧାରଣ କରିଥିବା ସମସ୍ତ ନିର୍ଦେଶାବଳୀକୁ ସେ ଅକ୍ଷରେ ଅକ୍ଷରେ ପାଳନ କରିବେ। ଏହି ସନ୍ଦର୍ଭରେ ମାଞ୍ଜ୍ରେକରଙ୍କର ବିସିସିଆଇର ଆପେକ୍ସ କାଉନ୍‍ସିଲକୁ ଏହା ୨ୟ ଇ-ମେଲ୍‍।

- Advertisement -

ଗତବର୍ଷ ଇଂଲଣ୍ଡରେ ଆୟୋଜିତ ବିଶ୍ୱକପ୍‍ରେ ଭାଷ୍ୟକାର ଥିବା ମାଞ୍ଜ୍ରେକର ଭାରତୀୟ ଅଲ୍‍ରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଜାଡ଼େଜା ଓ ଅଧିନାୟକ ବିରାଟ କୋହଲିଙ୍କ ସହ ଦଳର ଅଧିକାଂଶ ଖେଳାଳି ମାଞ୍ଜ୍ରେକରଙ୍କ ଉପରେ କ୍ଷୁବ୍‍ଧ ଥିଲେ। ଏହି କାରଣରୁ ମାର୍ଚ୍ଚରେ ମାଞ୍ଜ୍ରେକରଙ୍କୁ ବିସିସିଆଇ ତା’ର ଭାଷ୍ୟକାର ପ୍ୟାନେଲରୁ ହଟାଇ ଦେଇଥିଲା। ଇ-ମେଲ୍‍ ଜରିଆରେ କ୍ଷମାପ୍ରାର୍ଥନା କରିଥିବାରୁ ମାଞ୍ଜ୍ରେକର ଆଇପିଏଲ୍‍ ଭାଷ୍ୟକାର ତାଲିକାର ସାମିଲ କରାଯିବ ବୋଲି ସୂଚନା ମିଳିଛି। ତେବେ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ବିସିସିଆଇ ସଭାପତି ସୌଭର ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ନେବେ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories