www.samajalive.in
Sunday, December 14, 2025
23.1 C
Bhubaneswar

ଜାତୀୟ କ୍ରୀଡ଼ା ପୁରସ୍କାର ମନୋନୟନ କମିଟିରେ ସେହ୍ୱାଗ ଓ ସର୍ଦ୍ଦାର

ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ଓ ହକି ତାରକା ସର୍ଦ୍ଦାର ସିଂହ ଜାତୀୟ କ୍ରୀଡ଼ା ପୁରସ୍କାର ମନୋନୟନ ଲାଗି ଗଠିତ ୧୨ଜଣିଆ ମନୋନୟନ କମିଟି ପ୍ୟାନେଲରେ ସ୍ଥାନ ପାଇଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଗଠିତ ଏହି କମିଟି ଚଳିତ ବର୍ଷ ଖେଳାଳିମାନଙ୍କ ପ୍ରଦର୍ଶନକୁ ଆଧାର କରି ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ମନୋନୟନ କରିବେ। ଗତବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ଲାଗି ଏକକ ମନୋନୟନ ପଦ୍ଧତି ଅବଲମ୍ବନ କରାଯାଇଥିଲା।

ଚଳିତ ବର୍ଷ ଏଥିରେ ପରିବର୍ତ୍ତନ କରାଯାଇଛି। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ମୁକୁନ୍ଦକାମ ଶର୍ମା, ପାରା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଦୀପା ମଲ୍ଲିକ, ଟେନିସ ଖେଳାଳି ମୋନାଲିସା ବରୁଆ ମେହେଟା, କ୍ରୀଭା ଭାଷ୍ୟକାର ମନୀଷ ଭାଟାଭିଆ,ନିରୁ ଭାଟିଆ, ଭାରତୀୟ କ୍ରୀଡ଼ା ପ୍ରାଧକରଣ (ସାଇ) ନିର୍ଦେଶକ ସନ୍ଦୀପ ପ୍ରଧାନଙ୍କ ସମେତ ପ୍ରଶିକ୍ଷକଙ୍କୁ ମଧ୍ୟ ସାମିଲ କରାଯାଇଛି।

- Advertisement -

ଚଳିତ ବର୍ଷ କରୋନା ମହାମାରୀ ସତ୍ତ୍ବେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ଅଗଷ୍ଟ ୨୯ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। କରୋନା ମହାମାରୀ ନିୟମ ଅନୁଯାୟୀ ଏହି ପୁରସ୍କାର ପ୍ରଦାନ ଅନୁଷ୍ଠିତ ହେବ। ଆବଶ୍ୟକ ପଡ଼ିଲେ ଏହି ପୁରସ୍କାର ପ୍ରଦାନନେର ବିଳମ୍ବ ହୋଇପାରେ ବୋଲି କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories