www.samajalive.in
Friday, December 5, 2025
17.1 C
Bhubaneswar

୨ଜି ସେବା ବନ୍ଦ କରି ଆଗକୁ ବଢିବା ନେଇ ମୁକେଶ ଅମ୍ବାନିଙ୍କ ଆହ୍ୱାନ

ନୂଆଦିଲ୍ଲୀ : ଦୀର୍ଘ ୨୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ୨ଜି ମୋବାଇଲ୍ ସେବାକୁ ବନ୍ଦ କରି ଆଗକୁ ବଢିବା ସହିତ ତାହାକୁ ଇତିହାସ ପୃଷ୍ଠାରେ ସ୍ଥାନ ଦେବା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଆହ୍ୱାନ ଦେଇଛନ୍ତି ।

ଆଜିକୁ ୨୫ ବର୍ଷ ପୂର୍ବେ ଭାରତରେ କରାଯାଇଥିବା ପ୍ରଥମ ମୋବାଇଲ୍ କଲ୍‌ର ରୌପ୍ୟ ଜୟନ୍ତୀ ଉତ୍ସବ ଅବସରରେ ସେ କହିଛନ୍ତି, ଭାରତ ଓ ସାରା ବିଶ୍ୱ ଯେତେବେଳେ ୫ଜି ଟେଲିଫୋନ ଯୁଗ ଆଡ଼କୁ ମୁହାଁଉଛି ସେହି ସମୟରେ ୨ଜି ଯୁଗର ଫିଚର ଫୋନ୍‌କୁ ଭାରତରେ ପ୍ରାୟ ୩୦ କୋଟି ଗ୍ରାହକ ବ୍ୟବହାର କରୁଥିବାରୁ ସେମାନେ ମୌଳିକ ଇଣ୍ଟରନେଟ ସେବା ପାଇବାରୁ ବଂଚିତ ହେଉଛନ୍ତି ।

- Advertisement -

ଯେତେବେଳେ ଭାରତ ଓ ସାରା ବିଶ୍ୱ ୫ଜି ଟେଲିଫୋନିର ଦ୍ୱାରଦେଶରେ ରହିଛନ୍ତି ସେତେବେଳେ ଭାରତରେ ୩୦ କୋଟି ମୋବାଇଲ୍ ଗ୍ରାହକ ଏବେବି ୨ଜି ଯୁଗରେ ଫସି ରହିଛନ୍ତି ଏବଂ ସେମାନଙ୍କ ଫିଚର ଫୋନ୍ ସେମାନଙ୍କୁ ଇଣ୍ଟରନେଟର ମୌଳିକ ବ୍ୟବହାର ଠାରୁ ଦୂରେଇ ରଖିଛି । ୨ଜି କୁ ଇତିହାସ ପୃଷ୍ଠାରେ ସ୍ଥାନିତ କରି ଆଗକୁ ବଢିବା ଲାଗି ଜରୁରୀକାଳୀନ ଭିତିରେ ନୀତିଗତ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ଅମ୍ବାନି କହିଛନ୍ତି ।

ଏହି ଅବସରରେ ମୁକେଶ ଅମ୍ବାନି କହିଛନ୍ତି ଯେ ୧୯୯୫ରେ ମୋବାଇଲ୍ ସେବାର ଅଭ୍ୟୁଦୟ ହେବା ସହ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଭାରତ ଏକ ବଡ ଲମ୍ଫ ସହିତ ଯାତ୍ରା ଆରମ୍ଭ କରିଥିଲା । ଯେତେବେଳେ ଲ୍ୟାଣ୍ଡ୍‌ଲାଇନ୍‌ର ଆବିସ୍କାର ହୋଇଥିଲା ତାହା ଏକ ବିରଳ ଐତିହାସିକ ମୁହୂର୍ତ ଥିଲା । ମାତ୍ର ତାହା ଯୋଗାଯୋଗରେ ଆଂଶିକ ସ୍ୱାଧୀନତା ଦେଉଥିଲା ।

ଏହା ବାସ୍ତବରେ ଦୂରତ୍ୱକୁ ନେଇ ରହିଥିବା ସବୁ ସମସ୍ୟା ଦୂର କରିପାରିନଥିଲା । ଲୋକମାନେ ଯେକୌଣସି ସ୍ଥାନରୁ ଯେକୌଣସି ସମୟରେ ଚବିଶ ଘଂଟା ଯୋଗାଯୋଗରେ ରହିବାର ସୁଯୋଗ ପାଇନଥିଲେ । ସେ କହିଛନ୍ତି, ଭାରତରେ ମୋବାଇଲ୍ ଫୋନ୍ ଆଶା ଠାରୁ ଅଧିକ ସୁଲଭ ମୂଲ୍ୟର ହୋଇପାରିଛି । ୧୯୯୫ରେ ସେଲ୍ ଫୋନ୍‌ରୁ କରାଯାଉଥିବା କଲ୍‌ର ଦାମ୍ ୨୪ ଟଙ୍କା ଥିଲା । କଲ୍ କରୁଥିବା ବ୍ୟକ୍ତି ୧୬ ଟଙ୍କା ଓ କଲ୍ ଗ୍ରହଣ କରୁଥିବା ବ୍ୟକ୍ତି ୮ ଟଙ୍କା ଗଣୁଥିଲେ । ମାତ୍ର ଏବେ ଭଏସ୍ କଲ୍ ସମ୍ପୂର୍ଣ୍ଣ ନିଶୁଳ୍କ ହୋଇଥିବା ବେଳେ ଏହାର କୌଣସି ସର୍ବାଧିକ ସୀମା ମଧ୍ୟ ନାହିଁ । ସୁଲଭ ମୋବାଇଲ୍ ସେବା ଗଣତନ୍ତ୍ରରେ ପରିଣତ ହୋଇଛି ଏବଂ ଦୀର୍ଘବର୍ଷ ପୂର୍ବ ସମୟ ଭଳି ଏହା ଆଉ ଧନୀ ବ୍ୟକ୍ତିଙ୍କ ଏକଚାଟିଆ ଅକ୍ତିଆରରେ ନାହିଁ । ମାନବ ଇତିହାସରେ ମୋବାଇଲ୍ ଫୋନ୍ ଭଳି ଅନ୍ୟ କୌଣସି ପ୍ରଯୁକ୍ତି ଉପକରଣ ଧନୀ ଓ ଗରିବଙ୍କ ଭିତରେ ଥିବା ପ୍ରଭେଦକୁ ଏଭଳି ଭାବେ ଦୂର କରିପାରିନାହିଁ । ମୋବାଇଲ୍ ଇଣ୍ଟରନେଟ ଯୋଗୁଁ ପୂର୍ବରୁ କେବଳ ଗୋଟିଏ କାର୍ଯ୍ୟ ହୋଇପାରୁଥିବା ମୋବାଇଲ୍ ଫୋନ୍‌ରେ ଆଜି ବିବିଧ ପ୍ରକାର କାର୍ୟ୍ୟ ହେଉଛି । ଏହା ସହିତ ଯୋଗାଯୋଗର ବିପ୍ଳବ ମାନବିକ ଅଭିନବ ଚିନ୍ତାଧାରାର ବନ୍ୟା ସୃଷ୍ଟି କରିଛି ବୋଲି ଅମ୍ବାନି କହିଛନ୍ତି ।

ସେ କହିଛନ୍ତି, ୨୫ ବର୍ଷ ପୂର୍ବେ ମୋବାଇଲ୍ ଟେଲି ଯୋଗାଯୋଗ କ୍ଷେତ୍ର ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଠାରୁ ଭାରତ ବହୁ ପଛରେ ଥିଲା । କିନ୍ତୁ ଏବେ ଦେଶ ପାଇଁ ସମୟ ଆସିଛି ପ୍ରଯୁକ୍ତିର ପ୍ରମୁଖ ଭାଗରେ ବିଶ୍ୱର ଅନ୍ୟମାନଙ୍କ ଠାରୁ ଆଗରେ ରହିବା ପାଇଁ । ଲୋକମାନେ ଏବେ ନିଜ ମୋବାଇଲ୍ ଫୋନ୍‌ରେ ଜ୍ଞାନ ହାସଲ କରିବା ସହ ପରସ୍ପର ସହ ବାଣ୍ଟୁଛନ୍ତି, ଖବର ପାଉଛନ୍ତି ଏବଂ ଭିଡିଓ ଦେଖୁଛନ୍ତି ଓ ତିଆରି ମଧ୍ୟ କରୁଛନ୍ତି । ଲୋକମାନେ ଫୋନ୍ ଜରିଆରେ ଘରେ ରହି କାମ କରୁଛନ୍ତି ଏବଂ ପଢ଼ୁଛନ୍ତି । ଭର୍ଚୁଆଲ୍ ବୈଠକରେ ସେମାନେ ଭାଗ ନେଉଛନ୍ତି । ମୋବାଇଲ୍ ଫୋନ୍ କିଭଳି ଲୋକମାନଙ୍କୁ ସଶକ୍ତ କରୁଛି କୋଭିଡ୍ ଲକ୍‌ଡାଉନ ତାହାର ଶ୍ରେଷ୍ଠ ଉଦାହରଣ ପ୍ରଦାନ କରିଛି । ସାରା ଦେଶକୁ ଏହା ଯୋଗାଯୋଗ ମାଧ୍ୟମରେ ସଂଯୁକ୍ତ ରଖିଛି ବୋଲି ସେ କହିଛନ୍ତି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories