www.samajalive.in
Friday, December 5, 2025
23.1 C
Bhubaneswar

ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ

ଲହୁଣୀପଡା: ୧୪୩ ନମ୍ବର ଜାତୀୟ ରାଜପଥ ର ଚାନ୍ଦିପୋଷ ନିକଟରେ ଏକ ଅଜଣା ଗାଡି ଧକ୍କାରେ  ଦୁଇ ସ୍କୁଟି ଆରୋହୀ ଶୋଚନୀୟ ମୃତ୍ୟୁ ଘଟିଛି । ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚାନ୍ଦିପୋଷ ଗ୍ରାମର ଆର୍ତ୍ତ ଓରାମ ଓ ମୁସାବିରା ଗ୍ରାମର ଡାନିଏଲ ଓରାମ ସାଙ୍ଗ ହୋଇ ଆଜି ଏକ ପୁରୁଣା ସ୍କୁଟି ଗାଡ଼ି ରାଉରକେଲା ଠାରୁ କିଣି ନିଜ ଘରକୁ ଆସୁଥିବା ବେଳେ ଚାନ୍ଦିପୋଷ ଗ୍ରାମକୁ ପହଞ୍ଚିବା ପୂର୍ବରୁ ଅନତି ଦୂରରେ ରାସ୍ତା କଡରେ ଛିଡା ହୋଇଥିଲେ। ଅନ୍ୟପକ୍ଷେ ଲହୁଣୀପଡା ପଟୁ ରାଉରକେଲା ଯାଉଥିବା ଏକ ଅଜଣା ଗାଡି ଧକ୍କା ଦେବାରୁ ଏମାନେ ପଡିଯାଇଥିଲେ ଓ ଗାଡ଼ିଟି ତାଙ୍କ ମୁଣ୍ଡ ଉପରେ ଚଢେଇ ଦେଇ ଫେରାର ହୋଇଯାଇଥିଲା। ଘଟଣା ସ୍ଥଳରେ ଦୁଇ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା।ଖବର ପାଇ ଚାନ୍ଦିପୋଷ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ଶବ କୁ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲ କୁ ପଠାଇଥିବା ବେଳେ ଗାଡ଼ିଟିକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଖବର ଟି ପ୍ରସାରିତ ହେବା ପରେ ଚାନ୍ଦିପୋଷ ଓ ମୁସାବିରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories