www.samajalive.in
Saturday, December 13, 2025
27.1 C
Bhubaneswar

ଚେକଡ୍ୟାମରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ଦେବଗଡ:ବାରକୋଟ ଥାନା ଅନ୍ତର୍ଗତ ଟାଇଁସିରା ଗ୍ରାମରେ ଥିବା ଯୌତୁକ ନାଳ ଚେକଡ୍ୟାମରୁ ଆଜି ଜଣେ ନାବାଲିକାର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ନାବାଳିକା ଜଣକ ଅନୁଗୁଳ ଜିଲା ପାଳଲହଡା ଥାନା ଅନ୍ତର୍ଗତ ପଟାମୁଣ୍ଡା ଗ୍ରାମର ନିଶାକର ପେଣ୍ଠେଇଙ୍କ ଝିଅ ମୋତି ପେଣ୍ଠେଇ (୧୫)ବୋଲି ଜଣାପଡିଛି। ମିଳିଥିବା ନାବାଳିକା ମୋତି ମାନସିକ ରୋଗରେ ପୀଡିତ ଥିଲେ ଓ ଗତ ୨୩ ତାରିଖ ଠାରୁ ନିଖୋଜ ଥିଲେ। ପରିବାର ଲୋକେ ଏଣେତେଣେ ବହୁ ଖୋଜାଖୋଜି କରିଥିଲେହେଁ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଆଜି ମଧ୍ୟାହ୍ନରେ ଜଣେ ନାବାଳିକାଙ୍କ ମୃତଦେହ ଯୌତୁକ ନାଳ ଚେକଡ୍ୟାମରେ ଭାସୁଥିବା ସୂଚନା ପାଇ ସେଠାକୁ ଆସିବା ପରେ ମୃତଦେହ ମୋତିଙ୍କର ବୋଲି ଚିହ୍ନଟ କରିବା ସହ ଏନେଇ ବାରକୋଟ ଥାନାରେ ସୂଚନା ଦେଇଥିଲେ। ସୂଚନା ପାଇ ବାରକୋଟ ଥାନା ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର ମହାପାତ୍ର ସଦଳବଳେ ଯୌତୁକ ନାଳ ଚେକଡ୍ୟାମରୁ ମୋତିଙ୍କର ଗଳିତ ମୃତଦେହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପାଳଲହଡା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି। ତେବେ କେଉଁ କାରଣରୁ ଓ କିଭଳି ଭାବେ ମୋତିଙ୍କର ମୃତ୍ୟ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ ଓ ଶବ ବ୍ୟବଚ୍ଛେଦ ପରେ ଏହା ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories