www.samajalive.in
Friday, December 12, 2025
16.1 C
Bhubaneswar

ଟ୍ରାଇ ରିପୋର୍ଟ, ରାଜ୍ୟରେ କମିଲେ ୨ ଲକ୍ଷ ମୋବାଇଲ ଉପଭୋକ୍ତା

ଭୁବନେଶ୍ୱର: ଲକଡାଉନର ପ୍ରଭାବ ସ୍ପଷ୍ଟ ଭାବେ ଅନୁଭୂତ ହୋଇଛି ଦେଶର ଟେଲିକମ କ୍ଷେତ୍ରରେ। ବିଭିନ୍ନ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଯିବାରୁ ଏହି ସମୟରେ ଅନେକ ଉପଭୋକ୍ତା ଟେଲିକମ ଅପେରେଟର ଛାଡ଼ି ଦେଇଛନ୍ତି। ଏମିତିକି ଏକାଧିକ ମୋବାଇଲ ବ୍ୟବହାର କରୁଥିବା ଲୋକେ କେବଳ ଗୋଟିଏ ମୋବାଇଲ ଅର୍ଥାତ ଏକ ଟେଲିକମ ଅପରେଟର ସହ ରହିବାକୁ ଚାହିଁଛନ୍ତି। ଏପ୍ରିଲରେ ଦେଶ ଏବଂ ରାଜ୍ୟରେ ମୋବାଇଲ ଉପଭୋକ୍ତା ସଂଖ୍ୟାରେ ବୃହତ ହ୍ରାସ ଘଟିଛି। ଏମିତିକି ଏହି ସମୟରେ ଦେଶରେ ଟେଲି ସାନ୍ଧ୍ରତାରେ ମଧ୍ୟ ହ୍ରାସ ଘଟିଥିବା ଜଣାଯାଇଛି।

ସମ୍ପ୍ରତି (ଏପ୍ରିଲ)ରେ ଦେଶରେ ୧୧୪ କୋଟି ୯୫ ହଜାରରୁ ଅଧିକ ମୋବାଇଲ ଉପଭୋକ୍ତା ରହିଛନ୍ତି। ମାର୍ଚ୍ଚରେ ଏହି ସଂଖ୍ୟା ୧୧୫ କୋଟି ୭୭ ଲକ୍ଷରୁ ଅଧିକ ରହିଥିଲା। ତେବେ ଏପ୍ରିଲରେ ଉପଭୋକ୍ତା ସଂଖ୍ୟାରେ ୮୨ ଲକ୍ଷରୁ ଅଧିକ ହ୍ରାସ ଘଟିଛି। ସେହିପରି ଏପ୍ରିଲରେ ଓଡିଶାରେ ମଧ୍ୟ ମୋବାଇଲ ଉପଭୋକ୍ତା ସଂଖ୍ୟାରେ ୨ ଲକ୍ଷ ୮ ହଜାରରୁ ଅଧିକ ହ୍ରାସ ଘଟିଛି। ମାର୍ଚ୍ଚରେ ଏହି ସଂଖ୍ୟା ରାଜ୍ୟରେ ୩ କୋଟି ୩୩ ଲକ୍ଷରୁ ଅଧିକ ରହିଥିବାବେଳେ ଏପ୍ରିଲରେ ଏହା ୩କୋଟି ୩୧ ଲକ୍ଷକୁ ଖସିଆସିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶ କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। କୋଭିଡ଼-୧୯କୁ ଦୃଷ୍ଟିରେ ରଖି ଲାଗୁ କରାଯାଇଥିବା ଲକଡାଉନର ଏହା ଅନ୍ୟତମ ପ୍ରଭାବ ବୋଲି କୁହାଯାଉଛି। ତେବେ ଏକମାତ୍ର କମ୍ପାନୀ ଭାବେ ଏପ୍ରିଲରେ ରିଲାଏନ୍ସ ଜିଓ ରାଜ୍ୟରେ ୭୨,୦୦୦ରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛି।

- Advertisement -

ଆହୁରି ମଧ୍ୟ ଏପ୍ରିଲରେ ଦେଶରେ ଟେଲି ସାନ୍ଧ୍ରତାରେ ବିଶେଷ ହ୍ରାସ ଘଟିଛି। ମାର୍ଚ୍ଚରେ ଦେଶରେ ଟେଲି ସାନ୍ଧ୍ରତା ୮୭.୩୭% ରହିଥିବା ବେଳେ ଏପ୍ରିଲରେ ଏହା ୮୬.୬୬% ରହିଛି। ଅର୍ଥାତ ମାର୍ଚ୍ଚରେ ଦେଶରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୮୭ରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ ଥିବାବେଳେ ଏପ୍ରିଲରେ ଏହି ସଂଖ୍ୟା ୮୬କୁ ଖସିଆସିଛି। ସେହିଭଳି ମାର୍ଚ୍ଚରେ ରାଜ୍ୟରେ ଟେଲି ସାନ୍ଧ୍ରତା ୭୬.୪୬% ରହିଥିବା ବେଳେ ଏପ୍ରିଲରେ ଏହା ୭୫.୯୬%କୁ ହ୍ରାସ ଘଟିଥିବା ଟ୍ରାଇ ରିପୋର୍ଟରେ କୁହାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories