www.samajalive.in
Monday, December 8, 2025
27.1 C
Bhubaneswar

କାୟା ମେଲାଉଛି କରୋନା, କମିବାର ନା ଧରୁ ନାହିଁ

ରାଉରକେଲା : ଦିନକୁ ଦିନ ବଢ଼ି ଚାଲିଛି କରୋନା। କମିବାର ନା ଧରୁ ନାହିଁ। ଜିଲାରେ କରେନା କାୟା ବିସ୍ତାର କରୁଛି। ଗତ ୨୪ ଘଣ୍ଟାରେ ୭୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଉରକେଲା ସହରରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସହରବାସୀଙ୍କ ଚିନ୍ତା ବଢିବାରେ ଲାଗିଛି। ବିର୍ସାଡହର ରୋଡ, ଉଦିତନଗର, ରିଜର୍ଭ ପୁଲିସ ଲାଇନ, ମଣିକଲୋନୀ, ପାନପୋଷ, ରେଳବାଇ କଲୋନୀ, ବାସନ୍ତୀକଲୋନୀ, ଛେଣ୍ଡକଲୋନୀ, ହୋଟେଲ ଡିଲକ୍ସ ଲେନ, ବନ୍ଧମୁଣ୍ଡା ରେଳବାଇ ହସପିଟାଲ, ଜେଲ କଲୋନୀ, ଏସକେ ଡିଏଭି କୋଭିଡ ସେଣ୍ଟର, ଗାନ୍ଧୀ ରୋଡ, ପାନପୋଷ, ସେକ୍ଟର-୫ ସିଆଇଏସଫ ବାରାକ, କଳିଙ୍ଗ ବିହାର, ଓରାମପଡ଼ା, କୋଏଲନଗର, ଜଗଦା, ଗୋଲଘର, ସେକ୍ଟର-୧୫, ସେକ୍ଟର-୧୬, ସେକ୍ଟର-୨୧, ସେକ୍ଟର-୬, ସେକ୍ଟର-୧୯ ମାର୍କେଟ, ସେକ୍ଟର-୧୯, ସେକ୍ଟର-୧୭ ସେକ୍ଟର-୭ ଆଦି ଅଞ୍ଚଳରୁ ପଜିଟିଭ୍ ଚିହ୍ନଟ ହୋଇଛି। ଗତ ତିନିଦିନର ସଂଖ୍ୟା ଲୋକଙ୍କ ମନରେ ଭୟରେ ବାତାବରଣ ସୃଷ୍ଟି କରିଛି। ସହରର ପ୍ରାୟ ସବୁ ଅଞ୍ଚଳରେ କରେନା ସଂକ୍ରମଣ କାୟା ବିସ୍ତାର କରୁଥିବାରୁ ଲୋକଙ୍କ ମଧ୍ୟରେ ଛନକା ପଶିଛି। ରାପିଡ ଆଣ୍ଟିଜେନ ଟେଷ୍ଟରେ ପ୍ରତିଦିନ ନୂଆ ଅଞ୍ଚଳରେ ପଜିଟିଭ୍ ଚିହ୍ନଟ ହୋଇଛି। ଏହି ସଂଖ୍ୟା ଓ ଏହାର କାୟାକୁ ଦେଖିଲେ ସହରବାସୀ ଏବେ ଚିନ୍ତାରେ ଦିନ କାଟୁଛନ୍ତି। ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଏବେ ଏକ ଭିନ୍ନ ବିତର୍କ ସୃଷ୍ଟି କରିଛି। ଅଧିକାଂଶ ଆକ୍ରାନ୍ତ ଉପଯୁକ୍ତ ତଥ୍ୟ ଦେଉନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ଆଲୋଚନା ହେଉଛି। କଟକଣା ନମାନିବା ଓ କେଉଁଠାରୁ ଆସିବା ସମ୍ପର୍କରେ ତଥ୍ୟ ମିଳୁନଥିବାରୁ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ କରିବା ଜଟିଳ ହେଉଛି। ଫଳରେ ଦିନକୁ ଦିନ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଚିନ୍ତାର ବିଷୟ ହୋଇଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ସହରକୁ ୩୧ ଜୁଲାଇ ପର୍ଯ୍ୟନ୍ତ ଲକ ଡାଉନ କରାଯାଇଥିବା ବେଳେ ଏହି ଅବଧି ଅଗାମାୀ କାଲି ଶେଷ ହେବ। ସରକାରଙ୍କ ପରବର୍ତ୍ତି ନିଷ୍ପତ୍ତି ଉପରେ ସହରବାସୀଙ୍କ ଆଖି ରହିଛି । ସହରରେ ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ଉପରେ ସଚେତନତା କରାଯାଉଛି। ଏହା ସତ୍ତେ୍ୱ ଅମାନିଆଙ୍କ ଅବସ୍ଥା ସୁଧୁରୁ ନାହିଁ। ସହରରେ ହଟସ୍ପଟ ସ୍ଥାନରେ ଗହଳି ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରିଛି। ଦିନକୁ ଦିନ ସଂକ୍ରମଣର ମାତ୍ରା ବଢୁଛି। ଏଭଳି ସ୍ଥିତିରେ ଲୋକଙ୍କ ମଧ୍ୟରେ ସତର୍କତା ଓ ସଚେତନତା ନରହିଲେ ଦିନକୁ ଦିନ ବଢୁଥିବା ସଂଖ୍ୟା ଜଟିଳ ସମସ୍ୟା ସୃଷ୍ଟି କରିବ ବୋଲି ମତପ୍ରକାଶ ପାଉଛି। ଆଜି ସୁଦ୍ଧା ସୁନ୍ଦରଗଡ଼ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୮ରେ ପହଞ୍ଚିିଛି। ଏଥିରୁ ୭୭୮ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ୫୧୦ ଚିକିତ୍ସିତ ହେଉଛନ୍ତି

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories