www.samajalive.in
Saturday, December 6, 2025
15.1 C
Bhubaneswar

ପୂର୍ବତଟ ରେଳପଥର ସମସ୍ତ ଟ୍ରେନରେ ଲାଗିଲା ବାୟୋଟଏଲେଟ୍

ଭୁବନେଶ୍ୱର: ଯାତ୍ରୀମାନଙ୍କୁ ସ୍ୱଚ୍ଛ ଓ ପରିବେଶ ଅନୁକୁଳ ଯାତ୍ରା ସୁବିଧା ଯୋଗାଇଦେବା ଓ ସ୍ୱଚ୍ଛ ରେଳ, ସ୍ୱଚ୍ଛ ଭାରତ ଅଭିଯାନରେ ଦେଇଥିବା ପ୍ରତିଶ୍ରୁତିକୁ ପୁରଣ କରିବା ଉଦ୍ୟମ ଜାରି ରଖିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ଏହାର ଟ୍ରେନଗୁଡ଼ିକରେ  ଶତପ୍ରତିଶତ ବାୟୋଟଏଲେଟ୍ ସ୍ଥାପନା କରିଛି । ଏହି ବାୟୋଟଏଲେତଟଗୁଡିକ ବ୍ୟାକ୍ଟେରିଆ ସହାୟତାରେ ମାନବ ପରିଶିଷ୍ଟକୁ ଜଳ ଓ ବାୟୋ ଗ୍ୟାସରେ ପରିଣତ କରିବ । ବାୟୋଟଏଲେଟ୍‌ର ଏହି ପ୍ରକ୍ରିୟା ରହିଯାଉଥିବା କଠିନ ଅପଶିଷ୍ଟର ପରିଚାଳନାରେ ଅତ୍ୟନ୍ତ ସହାୟକ ହେବ । ପୂର୍ବତଟ ରେଳପଥରେ ୩୨୪୭ଟି  କୋଚରେ ବର୍ତ୍ତମାନ ପରିବେଶ ଅନୁକୂଳ ବାୟୋଟଏଲେଟ୍ ଗୁଡ଼ିକ ସଂଯୋଗ କରାଯାଇଛି । ପୂର୍ବତଟ ରେଳପଥର କୋଚ୍ ଗୁଡ଼ିକରେ ଶତପ୍ରତିଶତ ସ୍ଥାପିତ ହୋଇଥିବା ବାୟୋଟଏଲେଟ୍ ଗୁଡ଼ିକ ଯେ କେବଳ ରେଲ୍‌ୱେ ଟ୍ରାକ୍‌ରେ ମାନବ ଅପଶିଷ୍ଟ ପଡ଼ିବାକୁ ରୋକିବା ଦ୍ୱାରା ସ୍ୱଚ୍ଛତା ବଜାୟ ରଖିବାରେ ସହାୟତା କରିବ ତାହା ନୁହେଁ ଏହା ମଧ୍ୟ ଟ୍ରାକ୍‌କୁ କଳଙ୍କି ଲାଗିବାରୁ ରକ୍ଷାକରିବ । ଏହା ରେଳବାଇ ସାମଗ୍ରୀର ରକ୍ଷଣାବେକ୍ଷଣ ଖର୍ଚ୍ଚ ହ୍ରାସ କରିବ ଏବଂ ଟ୍ରେନ୍ ପରିଚାଳନାରେ ନିରାପତ୍ତା ସୁଦୃଢ଼ କରିବ । ପୂର୍ବତଟ ରେଳପଥ ନୂଆ ପଦ୍ଧତି ଦ୍ୱାରା ଟଏଲେଟ୍ ମଧ୍ୟରେ ଉପଯୁକ୍ତରୂପେ ମୁକ୍ତ ବାୟୁ ଚଳାଚଳ ସୁନିଶ୍ଚିତ କରିଥାଏ । ଏହାଦ୍ୱାରା ବାୟୋଟଏଲେଟ୍‌ରେ ପୂର୍ବରୁ ହେଉଥିବା ଦୂଷିତ ଗନ୍ଧକୁ ଏଡ଼ାଇ ଦିଆଯାଇପାରିଛି । ବାୟୋଟଏଲେଟ୍ ଗୁଡ଼ିକରେ ସହଜରେ ମଇଳା ସଫା ହୋଇଯିବା ନିମନ୍ତେ କୋମଳ ଫ୍ଲସ୍ ସିଷ୍ଟମ୍ ବ୍ୟବସ୍ଥା କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories