www.samajalive.in
Saturday, December 6, 2025
16.1 C
Bhubaneswar

ଏପ୍ରିଲରେ ରାଜ୍ୟରେ ୨ ଲକ୍ଷ ମୋବାଇଲ ଉପଭୋକ୍ତା କମିଲେ; ଟେଲି ସାନ୍ଧ୍ରତା ୭୫.୯୬କୁ ହ୍ରାସ

ଭୁବନେଶ୍ୱର:ଲକଡାଉନର ପ୍ରଭାବ ସ୍ପଷ୍ଟ ଭାବେ ଅନୁଭୂତ ହୋଇଛି ଦେଶର ଟେଲିକମ କ୍ଷେତ୍ରରେ । ବିଭିନ୍ନ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଯିବାରୁ ଏହି ସମୟରେ ଅନେକ ଉପଭୋକ୍ତା ଟେଲିକମ ଅପେରେଟର ଛାଡ଼ିଦେଇଛନ୍ତି । ଏମିତିକି ଏକାଧିକ ମୋବାଇଲ ବ୍ୟବହାର କରୁଥିବା ଲୋକେ କେବଳ ଗୋଟିଏ ମୋବାଇଲ ଅର୍ଥାତ ଏକ ଟେଲିକମ ଅପେରେଟର ସହ ରହିବାକୁ ଚାହିଁଛନ୍ତି । ଉଦାହରଣ ସ୍ୱରୂପ ଏପ୍ରିଲରେ ଦେଶ ଏବଂ ରାଜ୍ୟରେ ମୋବାଇଲ ଉପଭୋକ୍ତା ସଂଖ୍ୟାରେ ବୃହତ ହ୍ରାସ ଘଟିଛି । ଏମିତିକି ଏହି ସମୟରେ ଦେଶରେ ଟେଲି ସାନ୍ଧ୍ରତାରେ ମଧ୍ୟ ହ୍ରାସ ଘଟିଥିବା ଜଣାଯାଇଛି ।
         ସମ୍ପ୍ରତି (ଏପ୍ରିଲ)ରେ ଦେଶରେ ୧୧୪ କୋଟି ୯୫ ହଜାରରୁ ଅଧିକ ମୋବାଇଲ ଉପଭୋକ୍ତା ରହିଛନ୍ତି । ମାର୍ଚ୍ଚ ରେ ଏହି ସଂଖ୍ୟା ୧୧୫ କୋଟି ୭୭ ଲକ୍ଷ ରୁ ଅଧିକ ରହିଥିଲା । ତେବେ ଏପ୍ରିଲ ରେ ଉପଭୋକ୍ତା ସଂଖ୍ୟା ରେ ୮୨ ଲକ୍ଷ ରୁ ଅଧିକ ହ୍ରାସ ଘଟିଛି । ସେହିପରି ଏପ୍ରିଲରେ ଓଡିଶାରେ ମଧ୍ୟ ମୋବାଇଲ ଉପଭୋକ୍ତା ସଂଖ୍ୟାରେ ୨ ଲକ୍ଷ ୮ ହଜାରରୁ ଅଧିକ ହ୍ରାସ ଘଟିଛି । ମାର୍ଚ୍ଚରେ ଏହି ସଂଖ୍ୟା ରାଜ୍ୟରେ ୩ କୋଟି ୩୩ ଲକ୍ଷ ରୁ ଅଧିକ ରହିଥିବାବେଳେ ଏପ୍ରିଲ ରେ ଏହା ୩କୋଟି  ୩୧ ଲକ୍ଷ କୁ ଖସିଆସିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶ କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । କୋଭିଡ଼-୧୯କୁ ଦୃଷ୍ଟିରେ ରଖି ଲାଗୁ କରାଯାଇଥିବା ଲକଡାଉନର ଏହା ଅନ୍ୟତମ ପ୍ରଭାବ ବୋଲି କୁହାଯାଉଛି । ତେବେ ଏକମାତ୍ର କମ୍ପାନୀ ଭାବେ ଏପ୍ରିଲରେ ରିଲାଏନ୍ସ ଜିଓ ରାଜ୍ୟରେ ୭୨,୦୦୦ରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛି ।
              ଆହୁରିମଧ୍ୟ ଏପ୍ରିଲରେ ଦେଶରେ ଟେଲି ସାନ୍ଧ୍ରତାରେ ବିଶେଷ ହ୍ରାସ ଘଟିଛି । ମାର୍ଚ୍ଚରେ ଦେଶରେ ଟେଲି ସାନ୍ଧ୍ରତା ୮୭.୩୭% ରହିଥିବାବେଳେ ଏପ୍ରିଲ ରେ ଏହା ୮୬.୬୬% ରହିଛି । ଅର୍ଥାତ ମାର୍ଚ୍ଚରେ ଦେଶରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୮୭ରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ ଥିବାବେଳେ ଏପ୍ରିଲରେ ଏହି ସଂଖ୍ୟା ୮୬ ଜଣକ କୁ ଖସିଆସିଛି । ସେହିଭଳି  ମାର୍ଚ୍ଚ ରେ ରାଜ୍ୟରେ ଟେଲି ସାନ୍ଧ୍ରତା ୭୬.୪୬% ରହିଥିବା ବେଳେ ଏପ୍ରିଲ ରେ ଏହା  ୭୫.୯୬%କୁ ହ୍ରାସ ଘଟିଥିବା ଟ୍ରାଇ ରିପୋର୍ଟ ରେ କୁହାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories