www.samajalive.in
Saturday, December 6, 2025
17.1 C
Bhubaneswar

ସୁଶାନ୍ତଙ୍କ ମୃତ୍ୟୁ ମାମଲା: ରିୟାଙ୍କୁ ପାଉନି ମୁମ୍ବଇ ପୁଲିସ

ମୁମ୍ବଇ: ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏବେ ତାଙ୍କ ପ୍ରେମିକା ବୋଲାଉଥିବା ରିୟା ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ ଏତଲା ଦାୟର ହୋଇଛି। ସୁଶାନ୍ତଙ୍କ ବାପା ନିଜେ ରିୟାଙ୍କ ବିରୋଧରେ ଅଭିଯୋଗ କରିବା ସହ ଏତଲା ଦାୟର କରିଛନ୍ତି। ଅପର ପକ୍ଷରେ, ଏହି ମାମଲାରେ ରିୟାଙ୍କୁ ପଚରାଉଚରା ପାଇଁ ମୁମ୍ବଇ ପୁଲିସ ତାଙ୍କ ଘରେ ପହଞ୍ଚିବା ବେଳେ ରିୟା ଘରେ ନ ଥିବା ଜଣାପଡ଼ିଛି। ଏମିତିକି ତାଙ୍କ ସହ ଫୋନ୍‌ ଯୋଗେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ। ତେଣୁ ରିୟା କୁଆଡ଼େ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି।

ରିୟାଙ୍କୁ ପଚରାଉଚରା ପାଇଁ ବିହାର ପୁଲିସ ନୋଟିସ୍‌ ପଠାଇବା ଉପରେ ବିଚାର କରୁଛି। ଏବେ ବିହାର ପୁଲିସ ସେହି ବ୍ୟକ୍ତିଙ୍କୁ ଖୋଜୁଛି ଯାହା ନାଁରେ ଥିବା ସିମ୍‌କୁ ସୁଶାନ୍ତ ବ୍ୟବହାର କରୁଥିଲେ। ତେବେ ମିଳିଥିବା ଖବର ମୁତାବକ ଏତଲା ଦାୟର ହେବା ପରେ ଏବେ ରିୟା ଚକ୍ରବର୍ତ୍ତୀ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ବାପା କେକେ ସିଂହ ବିବାହର ପାଟନା ଥାନାରେ ଅଭିଯୋଗ କରିଛନ୍ତି ଯେ ରିୟା ଓ ତାଙ୍କ ପରିବାର ସୁଶାନ୍ତଙ୍କୁ ଧୋକା ଦେଇ ତାଙ୍କଠାରୁ ଟଙ୍କା ନେବା ସହ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲେ। କେବଳ ଏତିକି ନୁହେଁ ସେ ହିଁ ସୁଶାନ୍ତଙ୍କୁ ପରିବାରଠାରୁ ଦୂରେଇ ଦେଇଥିଲେ ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories