www.samajalive.in
Friday, December 5, 2025
20.1 C
Bhubaneswar

କୋଭିଡ ନିୟମ ଉଲ୍ଲଂଘନ, ୨ ଶ୍ରମିକ ଠିକାଦାର ଗିରଫ

ଝାରସୁଗୁଡ଼ା: କୋଭିଡ ନିୟମ ଉଲ୍ଲଂଘନ କରି ରାଜ୍ୟ ବାହାରୁ ଶ୍ରମିକ ଆଣିବା ପରେ ତୁରନ୍ତ କାମରେ ଲଗାଇଥିବା ୨ଜଣ ଶ୍ରମିକ ଠିକାଦାରଙ୍କୁ ଗିରଫ କରାଯାଇଛି। ଏହି ଦୁଇ ଶ୍ରମିକ ପଶ୍ଚିମ ବଙ୍ଗରୁ ୩୯ଜଣ ଶ୍ରମିକ ଆଣିଥିଲେ ହେଁ ସଙ୍ଗରୋଧରେ ରଖି ନଥିଲେ କି ପ୍ରଶାସନକୁ ଅବଗତ କରି ନ ଥିଲେ। ଗତମାସରେ ଜିଲା ପ୍ରଶାସନ, ପୁଲିସ ଓ ଶ୍ରମ ବିଭାଗର ମିଳିତ ଚଢ଼ଉରେ ଏହି ୨ଠିକାଦାର କୋଭିଡ ନିୟମ ଉଲ୍ଲଂଘନ କରିଥିବାରୁ ଆବଶ୍ୟକ ଲାଇସେନ୍ସ ଦେଖାଇବାକୁ କୁହାଯାଉଥିଲା। ପୁନଃ ଗତ ଶନିବାର ଦିନ ନୋଟିସ ଜାରି କରାଯାଇଥିଲେ ହେଁ ଉଭୟ ଠିକାଦାର କୌଣସି ପ୍ରମାଣପତ୍ର ଦେଖାଇ ପାରି ନ ଥିଲେ। ଅନଲକ ପ୍ରକ୍ରିୟା ଆରମ୍ଭ ହେବା ସମୟରେ ଜିଲାପ୍ରଶାସନ ସମସ୍ତ କମ୍ପାନୀ ଓ ଠିକାସଂସ୍ଥାକୁ ବାହାର ରାଜ୍ୟ ଓ ହଟସ୍ପଟ ଜିଲାରୁ ଶ୍ରମିକ ଆଣିବା ସଂକ୍ରାନ୍ତରେ ଦିଶାନିର୍ଦେଶ ଜାରି କରିଥିଲେ। ଏଥିରେ ୧୪ଦିନ ବାଧ୍ୟତାମୂଳକ ପୃଥକବାସ ସମେତ ଉଭୟ ସ୍ଥାନୀୟ ପ୍ରଶାସନର ଅନୁମତି ପତ୍ର ଅତ୍ୟାବଶ୍ୟକ ବୋଲି କୁହାଯାଇଥିଲା। ହେଲେ ଏହି ଦୁଇ ଶ୍ରମିକ ଠିକାଦାର ତାହାର ଉଲ୍ଲଂଘନ କରିଥିବାରୁ ଦୁଇଥର ନୋଟିସ ଜାରି କରିବା ପରେ ଗିରଫ କରାଯାଇଛି। ତେବେ ଅନ୍ୟ ଶ୍ରମିକ ଠିକାଦାରମାନେ ଏହାକୁ ଚେତାବନୀ ଭାବେ ଗ୍ରହଣ କରିବାକୁ ଜିଲାପାଳ ଟ୍ୱିଟର ମାଧ୍ୟମରେ ସ୍ପଷ୍ଟ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories