www.samajalive.in
Saturday, December 6, 2025
14.1 C
Bhubaneswar

କେବଳ ଶାରୀରିକ ନୁହେଁ ମାନସିକସ୍ତରରେ ମଧ୍ୟ ପ୍ରଭାବ ପକାଇଛି କରୋନା, ୪୩%  ଭାରତୀୟ ଅବସାଦର ଶିକାର

ନୂଆଦିଲ୍ଲୀ : ବିଶ୍ବ ମହାମାରୀ କରୋନା କେବଳ ଯେ ଶରୀର ପାଇଁ ଘାତକ ସାଜିଛି ତାହା ନୁହେଁ, ଲୋକଙ୍କୁ ମାନସିକ ସ୍ତରରେ ମଧ୍ୟ ପ୍ରଭାବିତ କରୁଛି। ଏକ ଅଧ୍ୟୟନରୁ ଜଣାପଡିଛି ଯେ, କରୋନା ନିୟନ୍ତ୍ରଣର ଏକମାତ୍ର ମାଧ୍ୟମ ଲକଡାଉନ୍ ଯୋଗୁଁ ଭାରତୀୟଙ୍କ ମାନସିକ ସ୍ବାସ୍ଥ୍ୟାବସ୍ଥା ଦୁର୍ବଳ ହୋଇଛି। ଏହି ଅଧ୍ୟୟନ ମୁତାବିକ ପ୍ରାୟ ୪୩% ଭାରତୀୟ ଅବସାଦର ଶିକାର ହୋଇଛନ୍ତି। Smart technology-equipped defensive health care platform GOQII ଦ୍ୱାରା ପ୍ରାୟ 10 ହଜାର ଭାରତୀୟଙ୍କ ଉପରେ ଏହି ସର୍ଭେ କରାଯାଇଥିଲା।

ଅଧ୍ୟୟନରେ ୨୬ ପ୍ରତିଶତ ଅଂଶଗ୍ରହଣକାରୀ କହିଛନ୍ତି ଯେ ସେମାନେ ସାମାନ୍ୟ ଅବସାଦର ଶିକାର ହୋଇଛନ୍ତି । ସେହିପରି ୧୧ ପ୍ରତିଶତ ଅଂଶଗ୍ରହଣକାରୀ ବହୁ ପରିମାଣରେ ଅବସାଦର ଶିକାର ହୋଇଥିବା କହିଛନ୍ତି। ଏଥି ସହିତ ୬ ପ୍ରତିଶତ ଅଂଶଗ୍ରହଣକାରୀଙ୍କ ନିକଟରେ ଉଦାସୀନତାର ଭୟଙ୍କର ଲକ୍ଷଣ ଥିବା ଜଣାପଡିଛି।

- Advertisement -

ଅଧ୍ୟୟନରେ କୁହାଯାଇଛି ଯେ, ‘ଗତ ପାଞ୍ଚ ମାସ ଅତ୍ୟନ୍ତ ଅପ୍ରତ୍ୟାଶିତ ରହିଥିଲା। ଏହି ଅବସ୍ଥା ଲୋକଙ୍କ ମାନସିକ ଉପରେ ଅନେକ ମାତ୍ରାରେ ଖରାପ ପ୍ରଭାବ ପକାଇଛି। ଲକଡାଉନ୍, ବେକାରୀ ସମସ୍ୟା, ଚାକିରି ହରାଇବା ଭୟ, ସ୍ୱାସ୍ଥ୍ୟଗତ ଭୟ ଏବଂ ଅନିଶ୍ଚିତ ପରିବେଶ ସର୍ବୋଚ୍ଚ ସ୍ତରରେ ଚାପ ସୃଷ୍ଟି କରିଛି।

ଅଧ୍ୟୟନରେ ଦର୍ଶାଯାଇଛି ଯେ, ସାମ୍ପ୍ରତିକ ଲକଡାଉନ୍ ଏବଂ ଜୀବନଶୈଳୀରେ ହଠାତ୍ ପରିବର୍ତ୍ତନ ଯୋଗୁଁ ୪୩% ଭାରତୀୟ ଉଦାସୀନତାର ଶିକାର ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ଚେଷ୍ଟା କରୁଛନ୍ତି। ସର୍ବେକ୍ଷଣରେ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଉଦାସୀନତାର ସ୍ତର ଆକଳନ କରିବାକୁ ସ୍ୱ-ସମାପ୍ତ ପ୍ରଶ୍ନପତ୍ର କିମ୍ବା PHQ-9 (ମାନସିକ ରୋଗର ପ୍ରାଥମିକ ଚିକିତ୍ସା ମୂଲ୍ୟାଙ୍କନ ଫର୍ମ) ବ୍ୟବହାର କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories