www.samajalive.in
Saturday, December 6, 2025
26.1 C
Bhubaneswar

ବୁର୍ଲା କଣ୍ଟ୍ରାକ୍ଟର୍ସ କଲୋନିରେ ମହିଳାଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ

ବୁର୍ଲା : ବିଦ୍ୟୁତ ଆଘାତରେ ବୁର୍ଲା ଥାନା ଅନ୍ତର୍ଗତ କଣ୍ଟ୍ରାକ୍ଟର୍ସ କଲୋନି ନିକଟରେ ଥିବା ଗୁଆଲା ପଡାର ଶତୃଘ୍ନ ସାହାଙ୍କ ସ୍ତ୍ରୀ ପ୍ରିୟଙ୍କା ସାହା (୨୫)ଙ୍କ ମୃତ୍ୟୁ ଘଟିଥିବା ସୁଚନା ହସ୍ତଗତ ହୋଇଛି। ସୂଚନା ଅନୁସାରେ ପ୍ରିୟଙ୍କା ଆଜି ଅପରାହ୍ନ ପ୍ରାୟ ୧ ଟା ସମୟରେ ସେ ଶୌଚପାଇଁ ଗାଧୁଆ ଘରକୁ ଯାଇଥିଲେ। ତେବେ ସେ ଗାଧୋଇ ସାରି ଆସି ଏକ ବୈଦ୍ୟୁତିକ ସଂସ୍ପର୍ଶରେ ଆସିଯିବା ଫଳରେ ତାଙ୍କୁ ଶକ୍ତ ବୈଦ୍ୟୁତିକ ଆଘାତ ଲାଗିଥିଲା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ଶୋଚନିୟ ଭାବରେ ମୃତ୍ୟୁ ଘଟିଥିଲା। ଏହାପରେ କୁଆଡ଼େ ବୈଦ୍ୟୁତିକ ବିଭାଗ ୱେଷ୍କୋ କର୍ମଚାରୀ ମଧ୍ୟ ଘଟଣା ସ୍ତଳରେ ପହଞ୍ଚି ଥିଲେ। ତେବେ ପରିବାର ଲୋକେ ଜାଣିବା ବେଳକୁ ତାଙ୍କ ମୃତ୍ୟୁ ହୋଇ ସାରିଥିବା ଜଣାପଡ଼ିଛି।

ତେବେ ବିଦ୍ୟୁତ ସରୋବରାହ ବନ୍ଦ କରିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା ଭିମସାରକୁ ନେଇଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତା ପ୍ରିୟଙ୍କାଙ୍କ ମୃତ୍ୟୁର ବୈଦ୍ୟୁତିକ ଆଘାତରେ ହୋଇଥିବା ସଠିକ ଭାବରେ କିପରି ଭାବରେ ମହିଳାଙ୍କର ମୃତ୍ୟୁହେଲା ତାହା ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ। ତେବେ ମୃତ ମହିଳାଙ୍କ ଶବ ବୁର୍ଲା ପୁଲିସ ଜବତ କରି ବୁର୍ଲା ଶବଗୃହରେ ରଖିଥିବା ଜଣାପଡିଛି। ପ୍ରିୟଙ୍କାଙ୍କ ବିବାହ ଗତ ତିନି ବର୍ଷ ତଳେ ହୋଇଥିବା ବେଳେ ତାଙ୍କ ୨ ବର୍ଷର ଏକ ଝିଅ ରହିଥିବା ଜଣାପଡିଛି। ତେବେ ଆଜି ବୁଧବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ଶବର ପଞ୍ଚନାମା ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories