www.samajalive.in
Saturday, December 6, 2025
15.1 C
Bhubaneswar

କରୋନା ସତ୍ବେ ଅଟକିବ ନାହିଁ ପେନସନ: ଅବସର ପରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ତୁରନ୍ତ ମିଳିବ ଗ୍ରାଚ୍ୟୁଇଟି- ପେନସନ

ନୂଆଦିଲ୍ଲୀ : କରୋନା ମହାମାରୀ ଭଳି ସଙ୍କଟ ପରିସ୍ଥିତିରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ତୁରନ୍ତ ପେନସନ୍ ପ୍ରଦାନ କରାଯିବ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇ କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ଅବସରପ୍ରାପ୍ତ କର୍ମଚାରୀ  ଏବଂ ବରିଷ୍ଠ ନାଗରିକଙ୍କ ପ୍ରତି ଖୁବ୍ ସମ୍ବେଦନଶୀଳ। ତେଣୁ କେନ୍ଦ୍ରୀୟ କର୍ମଚାରୀଙ୍କ ପେନସନ ନିୟମରେ ବରିବର୍ତ୍ତନ କରାଯାଇଛି।ସିସିଏସ୍ ୧୯୭୨ ପେନସନ ନିୟମ ଅନୁଯାୟୀ ବିଳମ୍ବରେ ମିଳୁଥିବା ପେନସନ ବ୍ୟବସ୍ଥାକୁ ଦୂର କରାଯାଇ ତୁରନ୍ତ ପେନସନ ମିଳିବାର ସୁବିଧା ଲାଗୁ କରାଯାଇଛି। ଯାହା ଦ୍ବାରା ଅସ୍ଥାୟୀ ପେନସନ ଏବଂ ଅସ୍ଥାୟୀ ଗ୍ରାଚ୍ୟୁଇଟି ଉପଭୋକ୍ତାଙ୍କ ପିପିଓ ବିନା କୌଣସି ବାଧା​‌ରେ ନିୟମିତ ଜାରି ହୋଇପାରିବ। ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ନିୟମିତ ପେନ୍‌ସନ୍‌ ଜାରି ହେବା ପର୍ଯ୍ୟନ୍ତ ଏବଂ ଅନ୍ୟାନ୍ୟ ଔପଚାରିକତା ପୂରଣ ନହେବା ପର୍ଯ୍ୟନ୍ତ କୋଭିଡ-୧୯ ମହାମାରୀ ସମୟରେ ଅବସରପ୍ରାପ୍ତ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଅସ୍ଥାୟୀ ପେନସନ ମିଳିବ।

ଏଠାରେ କହିରଖୁଛୁ ଯେ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ସେତେବେଳେ ପେନସନ ମିଳେ ଯେତେବେଳେ ସରକାରଙ୍କ ତରଫରୁ ପେନସନ ପେମେଣ୍ଟ ଅର୍ଡର ଜାରି ହୋଇଥାଏ। ଯେଉଁମାନେ ଅବସର ନେଇ ସାରିଛନ୍ତି କିମ୍ବା ଅବସର ନେବାକୁ ଯାଉଛନ୍ତି, ସେମାନଙ୍କୁ ଏକ ପେନସନ ପେମେଣ୍ଟ ଅର୍ଡର (PPO) ଆବଶ୍ୟକ ପଡେ। ଏହା ୧୨ ଅଙ୍କ ବିଶିଷ୍ଟ ନମ୍ବର ହୋଇଥାଏ। ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ଏହି ନମ୍ବର ପ୍ରତିବର୍ଷ ପେନସନ ଉପଭୋକ୍ତାଙ୍କୁ ଆବଶ୍ୟକ ହୁଏ।

- Advertisement -

କାହିଁକି ଏହି ନିଷ୍ପତ୍ତି ନିଆଗଲା ?

ଲକଡରଉନ ଭଳି ପରିସ୍ଥିତିରେ ସରକାରୀ କର୍ମଚାରୀମାନେ ମୁଖ୍ୟ କାର୍ଯ୍ୟାଳୟରେ ପେନସନ୍ ଫର୍ମ ଦାଖଲ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି କିମ୍ବା ସେମାନେ ‘ସର୍ଭିସ ବୁକ୍’ ସହିତ ଦାବି ଫର୍ମର ହାର୍ଡ କପି ସଂପୃକ୍ତ ବେତନ ଏବଂ ଆକାଉଣ୍ଟସ୍ ଅଫିସରେ ଦାଖଲ କରିବାରେ ଅସମର୍ଥ ହୋଇପାରନ୍ତି। ବିଶେଷକରି ଯଦି ଉଭୟ କାର୍ଯ୍ୟାଳୟ ବିଭିନ୍ନ ସହରରେ ଅବସ୍ଥିତ, ତେବେ ଏହି ସମସ୍ୟା ପେନସନଧାରୀଙ୍କ ପାଇଁ ଆହୁରି କଠିନ ହୋଇଯାଏ। ତେଣୁ ସଙ୍କଟ ସମୟରେ ସେମାନଙ୍କୁ ସାହାଯ୍ୟ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories