www.samajalive.in
Saturday, December 6, 2025
14.1 C
Bhubaneswar

କଟକ ସହରରୁ ଆଉ ୪୧ ପଜିଟିଭ୍ ଚିହ୍ନଟ, ୭୭୭ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

କଟକ : କଟକ ସହରରେ ମଙ୍ଗଳବାର ପୁଣି ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ୪୧ ଜଣଙ୍କ ମଧ୍ୟରୁ  ୩୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୨ ଜଣ ସ୍ଥାନୀୟ ଅଞ୍ଚଳରୁ ବୋଲି ଜଣାଯାଇଛି । ଆଜି କଟକରୁ ଦିୱାନ ବଜାରରୁ ଆଉ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଶଙ୍କରପୁରରୁ ୩, ସେକ ବଜାରରୁ ୨, ସିଡିଏ ସେକ୍ଟର-୯ରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ମଠସାହିରୁ ଜଣେ ଓ ପୁଲିସ କଲୋନୀରୁ ଜଣେ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଆଜିର ୪୧ ଜଣଙ୍କୁ ମିଶାଇ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୭୭୭କୁ ବୃଦ୍ଧି ପାଇଛି । ଏହାଛଡ଼ା ୩୧୪ ଜଣ ସୁସ୍ଥ ହୋଇଥିବାବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ୪୫୩ ଜଣ ଚିକିତ୍ସାଧୀନ ଥିବା ଜଣାଯାଇଛି ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories