www.samajalive.in
Saturday, December 6, 2025
15.1 C
Bhubaneswar

ଗଜପତିରେ ୪ ଦିନ ସଟଡାଉନ୍, ୩ଦିନ ଲକଡାଉନ୍

ଗଜପତି: ଗଜପତି ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଗଜପତି ଜିଲାପାଳ ଅନୁପମ ଶାହା ଜିଲାକୁ ସପ୍ତାହର ୪ ଦିନ ସଟ୍‌ଡାଉନ୍ ଘୋଷଣା କରିଛନ୍ତି। ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ସଟଡାଉନ୍ ରହିବ। ତେବେ ପୂର୍ବ ଭଳି ସୋମବାରଠୁ ବୁଧବାର ପର୍ଯ୍ୟନ୍ତ ୩ ଦିନ ଲକ୍‌ଡାଉନ କଟକଣା ଜାରି ରହିବ ବୋଲି ନିର୍ଦେଶନାମାରେ କୁହାଯାଇଛି।

ପାରଳାଖେମୁଣ୍ଡି ସହର ଏବଂ ବ୍ଲକ୍ ହେଡକ୍ବାର୍ଟରକୁ ପ୍ରବେଶ ଏବଂ ପ୍ରସ୍ଥାନକୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲାପାଳ କହିଛନ୍ତି। ପାରଳାଖେମୁଣ୍ଡି ସହର ବ୍ୟତୀତ କାଶୀନଗର ଏନଏସି, ରାଣିପେଣ୍ଠ, କେରାଣ୍ଡି, ଝାମି ଏବଂ କତଲକଇଠା ଆଦି ଗ୍ରାମ ପଞ୍ଚାୟତକୁ ମଧ୍ୟ ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ୪ ଦିନ ସଟଡାଉନ କରାଯାଇଛି। ଆଗାମୀ ୩୦ ତାରିଖରୁ ଅଗଷ୍ଟ ୨ ତାରିଖ ଯାଏଁ ଏହି କଟକଣା ଜାରି ହୋଇଛି। ଏହି ସଟଡାଉନ ସମୟରେ ଜରୁରୀକାଳିନ ସ୍ବାସ୍ଥ୍ୟସେବା , ଔଷଧ ଦୋକାନ ଓ ଦୁଗ୍ଧ ଦୋକାନ ଖୋଲା ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନବାହନ କେବଳ ଜିଲାର ମୁଖ୍ୟ ରାସ୍ତାରେ ଯିବା ଆସିବା କରିପାରିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories