www.samajalive.in
Wednesday, December 10, 2025
16.1 C
Bhubaneswar

ଭାରତକୁ ଫ୍ରାନ୍ସ ପଠାଇଲା ବିମାନ ଭର୍ତି ଭେଣ୍ଟିଲେଟର, ଡ଼ାକ୍ତରୀ ସାମଗ୍ରୀ

କଠିନ ସମୟରେ  ଭାରତର  ସହାୟତା ଆମେ କେବେ ବି ଭୂଲି ପାରିବୁ ନାହିଁ: ଫ୍ରାନ୍ସ ରାଷ୍ଟ୍ରପତି 

କରୋନା ଯୁଦ୍ଧରେ ଭାରତକୁ ସହାୟତା ଦେବାକୁ ଆଗେଇ ଆସିଛି ଫ୍ରାନ୍ସ । ଭାରତକୁ ବିପୁଳ ପରିମାଣର ଭେଣ୍ଟିଲେଟର ଓ ଅନ୍ୟାନ୍ୟ କରୋନା ଚିକିତ୍ସା ସାମଗ୍ରୀ ପଠାଇବାକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ଘୋଷଣା କରିଛନ୍ତି । ଏ ସମ୍ପର୍କରେ ଭାରତସ୍ଥିତ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଲିନାଇନ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ମଙ୍ଗଳବାର ସୁଦ୍ଧା ଏହି ସାମଗ୍ରୀ ଭାରତରେ ପହଞ୍ଚିଯିବ ବୋଲି ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ୍ ଲିନାଇନ କହିଛନ୍ତି ।

- Advertisement -

କିଛିଦିନ ତଳେ ଫ୍ରାନ୍ସ ଭାରତକୁ କରୋନା ମୁକାବିଲା ନିମନ୍ତେ ଡ଼ାକ୍ତରୀ ଉପକରଣ ଅନୁଦାନ ସ୍ବରୂପ ଦେବା ପାଇଁ ଘୋଷଣା କରିଥିଲେ । କରୋନାକୁ ନେଇ ଦୁଇ ଦେଶ ମିଳିତ ଲଢ଼େଇ ଲଢ଼ୁଛନ୍ତି । ଗତ ୨୪ ତାରିଖରେ ରାଷ୍ଟ୍ରମତି ଇମେନୁଏଲ ମାକ୍ରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଚଳିତ ବର୍ଷ ପ୍ରାରମ୍ଭରେ ତାଙ୍କ ଦେଶକୁ ଭାରତ କରିଥିବା ସହାୟତା ନିମନ୍ତେ କୃତଜ୍ଞତା ଜଣାଇବା ସହ ଭାରତକୁ ସହାୟତା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ଫ୍ରାନ୍ସ ଯେତେବେଳେ ସାର୍ବଜନୀନ ସ୍ବାସ୍ଥ୍ୟକୁ ନେଇ ଅତ୍ୟନ୍ତ କଠିନ ପରିସ୍ଥିିତିରେ ଗତି କରୁଥିଲା, ସେତେବେଳେ ଭାରତ ତାକୁ ସହାୟତା ଦେବାକୁ ଆଗେଇ ଆସିଥିଲା । ଔଷଧ ପ୍ରସଙ୍ଗରେ ଭାରତ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଔଷଧ ଆମ ଦେଶକୁ ଯୋଗାଇଥିବାରୁ ମୁଁ ପୁଣିଥରେ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ ଇମାନୁଏଲ ମାକ୍ରନ ।

ଫ୍ରାନ୍ସ ରାଷ୍ଟ୍ରପତି ଏହି ଅବସରରେ ଭାରତର କରୋନା ସଂଘର୍ଷ ସହିତ ଫ୍ରାନ୍ସ ଆପଣଙ୍କ ସହ ଠିଆ ହୋଇଛି । ଆପଣଙ୍କ ସହ ଏକତ୍ର ଭାବରେ ଆମେ ଠିଆ ହୋଇଛୁ । ଭାରତୀୟ ପ୍ରଶାସନ ଯେଉଁ ଡ଼ାକ୍ତରୀ ଆବଶ୍ୟକତା ସମ୍ପର୍କରେ ଆମଠାରୁ ସହଯୋଗ ଲୋଡ଼ିଛି ତାହା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛୁ ବୋଲି ଉଲ୍ଲେଖ କରିବା ସହ ଜରୁରୀକାଳୀନ ପରିବହନ ବ୍ୟବସ୍ଥାର ଅଂଶସ୍ବରୂପ ଫ୍ରାନ୍ସ ଏୟାର ଫୋର୍ସର ଏକ ଏ-୩୩୦ ବିମାନରେ ୫୦ଟି ଓସିରିସ୍ ଭେଣ୍ଟିଲେଟର, ୭୦ ୟୁୱେଲ ୮୩୦ ଭେଣ୍ଟିଲେଟର, ୫୦ ହଜାରଟେଷ୍ଟ କିଟ୍ ଓ ୫୦ ହଜାର ସ୍ବାବ କିଟ୍  ସହ ଅନ୍ୟାନ୍ୟ ସାମଗ୍ରୀ ପଠାଇଛନ୍ତି ।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories