www.samajalive.in
Saturday, December 6, 2025
15.1 C
Bhubaneswar

ରାଜ୍ୟସ୍ତରୀୟ ଲଳିତ କଳା ଏକାଡେମୀ ପୁରସ୍କାର ଜିତିଲେ ସମ୍ପର୍କ

ବଲାଙ୍ଗିର : ଲଳିତ କଳା ଏକାଡେମୀ, ଓଡିଶା ସରକାରଙ୍କ ତରଫରୁ ଲକ୍‍ଡାଉନ ଅବଧି ମଧ୍ୟରେ ଆୟୋଜିତ ହୋଇଥିବା କୋଭିଡ୍‍-୧୯ ସମ୍ପର୍କିତ ଚିତ୍ରକଳା ପ୍ରତିଯୋଗିତାରେ ବଲାଙ୍ଗିର ତୁଳସୀନଗରର ସମ୍ପର୍କ ପ୍ରଧାନଙ୍କ ଚିତ୍ର ମନୋନିତ ହେବା ସହ ଆର୍ଥିକ ପୁରସ୍କାର ରାଶି ଲାଭ କରିଛନ୍ତି। ସମ୍ପର୍କ ସ୍ଥାନୀୟ ଲିଟିଲ ଫ୍ଲାୱାର ସ୍କୁଲରୁ ଶିକ୍ଷାରମ୍ଭ କରି ୨୦୧୬-୧୭ ଶିକ୍ଷା ବର୍ଷରେ ୯୫% ମାର୍କ ରଖି ଦଶମ ଶ୍ରେଣୀ ପାସ କରିଥିଲେ। ଏହା ପରେ ଭୁବନେଶ୍ୱର ସ୍ଥିତ ମଦର୍ସ ପବ୍ଲିକ ସ୍କୁଲରୁ ସଫଳତାର ସହ ଦ୍ୱାଦଶ ଶ୍ରେଣୀ ଶିକ୍ଷା ସମାପ୍ତ କରି ସମ୍ପ୍ରତି ସିଡିଏ କଟକ ସ୍ଥିତ ପିଲୁମୋଦି କଲେଜ ଅଫ୍‍ ଆର୍କିଟେକ୍‍ଚରର ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି। ସମ୍ପର୍କ ଜଣେ ମେଧାବୀ ଛାତ୍ର ସହ ବହୁମୁଖୀ ପ୍ରତିଭାର ଅଧିକାରୀ। ପିଲାଟି ଦିନରୁ ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ସମ୍ପର୍କଙ୍କ ଚିତ୍ରକଳା ସମ୍ପର୍କିତ ଗୁଣାବଳୀ ବିକଶିତ ହୋଇଥିଲା। ୨୦୦୯ ମସିହାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍କେଚ୍‍ ଅଙ୍କନ କରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉଚ୍ଚ ପ୍ରଶଂସିତ ହୋଇଥିଲେ। ବର୍ତ୍ତମାନ ସମୟରେ ଭାରତର ବିଶିଷ୍ଟ ସେଲିବ୍ରିଟିମାନଙ୍କ ଅବିକଳ ସ୍କେଚ ଅଙ୍କନ କରି ଟ୍ୱିଟରରୁ ସେମାନଙ୍କ ଠାରୁ ପ୍ରଶଂସା ସାଉଁଟୁଛନ୍ତି। ବିଗତ ହକି ବିଶ୍ୱକପ ସମୟରେ “କ୍ରିଏଟିଭ୍‍ ହକି ଡିଜାଇନ କଣ୍ଟେଷ୍ଟ”ରେ ପ୍ରଥମ ପୁରସ୍କାର ହାସଲ କରିଥିଲେ ସମ୍ପର୍କ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories