www.samajalive.in
Friday, December 5, 2025
26.1 C
Bhubaneswar

ବିଶ୍ବବିଦ୍ୟାଳୟ ପରୀକ୍ଷା: ୟୁଜିସିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ ସୁଦ୍ଧା ବିଶ୍ବବିଦ୍ୟାଳୟ ପରୀକ୍ଷା ଶେଷ କରିବା ନିମନ୍ତେ ଜୁଲାଇ ୬ ତାରିଖରେ ନିର୍ଦେଶ ବିରୋଧରେ ଆଗତ ମାମଲାର ବିଚାର କରି ୩୧ ତାରିଖ ପୂର୍ବରୁ ନିଜର ପକ୍ଷ ରଖିବାକୁ ୟୁଜିସିକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବିଶ୍ବବିଦ୍ୟାଳୟ ପରୀକ୍ଷା ସମ୍ପର୍କରେ ୟୁଜିସିର ନିର୍ଦେଶ ବିରୋଧରେ ବିିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଥିବା ପ୍ରତିକ୍ରିୟା ପରେ ଏଥିନେଇ କର୍ଣ୍ଣାଟକରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ନ୍ୟାୟାଳୟରେ ୟୁଜିସି ରାଜ୍ୟ ସରକାରଙ୍କର ପରୀକ୍ଷା ବାତିଲ କ୍ଷମତା ନାହିଁ ବୋଲି ୟୁଜିସି ସତ୍ୟପାଠ ଦାଖଲ କରିଥିଲା ।
ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା ଓ ଉଚ୍ଚତମ ନ୍ୟାୟାଳୟ ଏ ସମ୍ପର୍କରେ ୟୁଜିସିଠାରୁ ଜବାବତଲବ କରିଛନ୍ତି । ପରବର୍ତୀ ଶୁଣାଣି ଆସନ୍ତା ୩୧ ତାରିଖରେ କରାଯିବାକୁ ଦିନ ମଧ୍ୟ ଧାର୍ଯ୍ୟ କରିଛନ୍ତି ।
ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ବେଞ୍ଚରେ ବିଚାରପତି ଆର୍.ରେଡ଼୍ଡ଼ି ଓ ଏମ୍.ଆର୍.ଶାହା ବିଚାରକ ଅଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ୟୁଜିସିର ନିର୍ଦେଶନାମା ଅନୁସାରେ ଦେଶର ୮୦୦ ବିଶ୍ବବିଦ୍ୟାଳୟରୁ ୨୦୯ଟି ବିଶ୍ବବିଦ୍ୟାଳୟ ପରୀକ୍ଷା ଶେଷ କରିଛନ୍ତି । ୩୯୦ ବିଶ୍ବବିଦ୍ୟାଳୟ ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ ଅଛନ୍ତି । ନିର୍ଦେଶନାମା ଅନୁସାରେ ଛାତ୍ରଛାତ୍ରୀ ଅଫଲାଇନ, ଅନଲାଇନ କିମ୍ବା ଉଭୟ ପଦ୍ଧତିରେ ପରୀକ୍ଷା ଦେଇ ପାରିବେ ବୋଲି ସଲିସିଟର ଜେନେରାଲ ଯୁକ୍ତି ରଖିଛନ୍ତି ।

ଶିବସେନାର ଯୁବ ଶାଖା ‘ୟୁବା ସେନା’ ପକ୍ଷରୁ କରାଯାଇଥିବା ଆବେଦନରେ କୁହାଯାଇଛି ଯେ ମହାମାରୀ ଯୋଗୁଁ ଅନେକ ରାଜ୍ୟ ପରୀକ୍ଷା ପରିଚାଳନା ନେଇ ଆପତ୍ତି ଉଠାଇଛନ୍ତି । ବର୍ତମାନ ପରିସ୍ଥିତିରେ କରୋନା ସଂକ୍ରମଣ ଯୋଗୁଁ ପରୀକ୍ଷା ପରିଚାଳନା ଅତ୍ୟନ୍ତ ବିପଜ୍ଜନକ ହେବ ଏବଂ ସଂକ୍ରମଣ ବଢ଼ିବାର ଆଶଙ୍କା ସୃଷ୍ଟି କରିବ । ତେଣୁ ପୂର୍ବରୁ ହୋଇଥିବା ପରୀକ୍ଷା ଫଳ ଆଧାରରେ କିମ୍ବା ଆଭ୍ୟନ୍ତରୀଣ ମାର୍କ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ମୂଲ୍ୟାଙ୍କନ କରାଯାଇ ପରୀକ୍ଷାଫଳ ପ୍ରକାଶ ନିମନ୍ତେ ଯୁବାସେନା ଦାବି କରିଛି । ଏହାବ୍ୟତୀତ ବିଭିନ୍ନ ବିଶ୍ବବିଦ୍ୟାଳୟରେ ନାମଲେଖା ଆରମ୍ଭ ହୋଇ ସାରିଥିବାରୁ ଏହାକୁ ତୁରନ୍ତ ଶେଷ କରି ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବାକୁ ମଧ୍ୟ ଅଦାଲତରେ ଅନ୍ୟ ଏକ ପିଟିସନ ଦାଖଲ ହୋଇଛି ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories