www.samajalive.in
Saturday, December 6, 2025
14.1 C
Bhubaneswar

ଆଜି ଫ୍ରାନ୍ସରୁ ଆସୁଛି ରାଫେଲ

ନୂଆଦିଲ୍ଲୀ: ଶେଷରେ ଭାରତୀୟ ବାୟୁସେନାର ପ୍ରତୀକ୍ଷା ଏକପ୍ରକାର ଅନ୍ତ ହେବାକୁ ଯାଉଛି। ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ ଆଜି ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିବେ। ପ୍ରାୟ ୭୩୬୪ କିଲୋମିଟର ଉଡ଼ାଣ ପରେ ବୁଧବାର ବିମାନଗୁଡ଼ିକ ଆସି ଭାରତର ଅମ୍ବାଲା ବିମାନଘାଟିରେ ପହଞ୍ଚିବେ। ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ ବିମାନ ଭାରତକୁ ମିଳିବ। ବାୟୁସେନାର ପାଇଲଟ୍‌ମାନେ ଏହି ବିମାନ ଫ୍ରାନ୍ସରୁ ଆଣି ଭାରତ ଆସିବେ। ବାଟରେ କେବଳ ଇନ୍ଧନ ଭରିବା ଲାଗି ବିମାନଗୁଡ଼ିକ ୟୁନାଇଟେଡ୍‌ ଆରବ ଏମିରେଟ୍‌ସର ଅଲ୍‌ ଧାଫରା ବିମାନଘାଟିରେ ଅବତରଣ କରିବେ ବୋଲି ସୂଚନା ମିଳିଛି।

କୁହାଯାଉଛି ଯେ, ଚୀନ ସହିତ ସୀମା ବିବାଦକୁ ଦୃଷ୍ଟିରେ ରଖି ଭାରତ ଏଲଏସିରେ ରାଫେଲ ଲଢ଼ୁଆ ବିମାନ ମୁତୟନ କରିବ। ଭାରତ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ୨୦୧୬ରେ ଫ୍ରାନ୍ସ ସହିତ  ଚୁକ୍ତି କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୫ଟି ବିମାନ ଭାରତ ଆସିବ। ବର୍ତ୍ତମାନ ସୁଦ୍ଧା ବାୟୁସେନାର ୧୨ ପାଇଲଟ୍‌ ରାଫେଲ ଉଡ଼ାଇବା ଲାଗି ଫ୍ରାନ୍ସରେ ପ୍ରଶିକ୍ଷଣ ନେଇସାରିଛନ୍ତି। ଆଉ କେତେଜଣ ପାଇଲଟ୍‌ଙ୍କ ପ୍ରଶିକ୍ଷଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories