ଭୁବନେଶ୍ବର:ଲାୟନ୍ସ କ୍ଲବ ଅଫ୍ ଭୁବନେଶ୍ବର ସିଟି ଅଫ୍ ଡିଷ୍ଟ୍ରିକ୍ଟ ୩୨୨ସି୪ ପକ୍ଷରୁ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଯୋଜନା କାର୍ଯ୍ୟକ୍ରମ ପାତ୍ରପଡ଼ା ଜନ ସେବା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୦୦ ଗ୍ରାମବାସୀଙ୍କୁ ମାସ୍କ, ହ୍ୟାଣ୍ଡ୍ୱାସ ଓ ସାନିଟାଇଜର ଆଦି ୧୦୦ଟି କିଟ୍ ବିତରଣ କରାଯାଇଥିଲା ଏବଂ ସେଠାରେ କୋଭିଡ୍-୧୯ ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ ଲାୟନ୍ ବିଜୟ କୁମାର ସାହୁ, ସୁଶେନ୍ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସୁରେଶ ଚନ୍ଦ୍ର ସାହୁ, ଶରତ ବେହେରା, ହେମନ୍ତ କୁମାର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।
ଲାୟନ୍ସ କ୍ଲବ ଭୁବନେଶ୍ବର ସିଟି ପକ୍ଷରୁ ଗ୍ରାମବାସୀଙ୍କୁ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଯୋଜନାରେ ୧୦୦କିଟ୍ ବିତରଣ
Popular Categories



