www.samajalive.in
Friday, December 12, 2025
16.1 C
Bhubaneswar

ଚଣାବାହାଲ ଓ ବଡସାଇମରା ପଞ୍ଚାୟତକୁ ସଟଡାଉନ ଘୋଷଣାକଲେ ସରପଞ୍ଚ

ମୁରିବାହାଲ : ମୁରିବାହାଲ ବ୍ଲକ ଚଣାବାହାଲ ଓ ବଡସାଇମରା ପଞ୍ଚାୟତ ଦ୍ୱୟକୁ ସରପଞ୍ଚ ତଥା ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସଟଡାଉନ ଘୋଷଣା କରାଯାଇଛି । ଚଣାବାହାଲ ପଞ୍ଚାୟତ ସଦର ଗ୍ରାମର ୨ଜଣ ଛତିଶଗଡ ଫେରନ୍ତା ସ୍ୱାମୀ ଓ ସ୍ତ୍ରୀ ଜଣେ (୭୩)ବର୍ଷ ଓ ଜଣେ (୬୬)ବର୍ଷଙ୍କ ନିକଟରେ କରୋନା ପଜିଟିଭ ଚିହ୍ନଟ ପରେ ପଞ୍ଚାୟତ ଅଞ୍ଚଳର ଜନ ଜୀବନର ସୁରକ୍ଷା ସତର୍କତା ଦୃଷ୍ଟିରୁ ସମସ୍ତ ଦୋକାନ ୨ଚକିଆ ୪ଚକିଆ ଯାନବାହାନ ଚଳାଚଳ ସରକାରୀ ବେସରକାରୀ ଅନୁଷ୍ଠାନ ସର୍ବସାଧାରଣ ସ୍ଥାନ ଛକ ମାନଙ୍କୁ ଶନିବାର ୨୫.୦୭.୨୦ ସନ୍ଧ୍ୟା ୫ଘଣ୍ଟାରୁ ୨୭.୦୭.୨୦ ସୋମବାର ସନ୍ଧ୍ୟା ୫ଘଣ୍ଟା ପର୍ଯ୍ୟନ୍ତ ପଞ୍ଚାୟତର ସମସ୍ତ ଗାଁକୁ ସିଲ ଓ ସଟଡାଉନ କରାଯାଇଥିବା ସରପଞ୍ଚ ପ୍ରିୟାବତୀ ବେନିଆ ଘୋଷଣା କରିଛନ୍ତି ।

ସେହିପରି ବଡସାଇମରା ପଞ୍ଚାୟତ ଚାନୁଟମାଲ ଗ୍ରାମର ଜଣେ ଆନ୍ଧ୍ରା ଫେରନ୍ତା (୨୮) ବର୍ଷର ଯୁବକଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ପରେ ୨୫.୦୭.୨୦ ଶନିବାର ସନ୍ଧ୍ୟା ୫ ଘଣ୍ଟାରୁ ୨୭.୦୭.୨୦ ସନ୍ଧ୍ୟା ୫ଘଣ୍ଟା ପର୍ୟ୍ୟନ୍ତ ପଞ୍ଚାୟତର ସମସ୍ତ ଗାଁକୁ ସିଲ ଓ ସଟଡାଉନ କରାଯାଇଥିବା ସରପଞ୍ଚ ଅମିତ କୁମାର ପାତ୍ର ଘୋଷଣା କରିଛନ୍ତି। ଏସମ୍ପର୍କରେ ମୁରିବାହାଲ ତହସିଲଦାର ନାରାୟଣ ସାହୁଙ୍କୁ ପଚାରିବାରୁ ମୁଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀଙ୍କ ସହିତ ଆଲୋଚନା କରୁଛି ଡ. ନାଏକ ଲୋକାଲ ଟ୍ରେସିଙ୍ଗ କରାହୋଇଛି ଆସନ୍ତା କାଲି ସ୍ୱାବ ଟେଷ୍ଟ କରା ହେବ ବୋଲି ପ୍ରକାଶ କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories