www.samajalive.in
Friday, December 12, 2025
16.1 C
Bhubaneswar

ସପ୍ତାହନ୍ତ ସଟଡାଉନର ସପ୍ତମ ଦିନ, କଡ଼ାକଡ଼ି ଯାଞ୍ଚ କରୁଛି ପୁଲିସ

ଭୁବନ : ଢେଙ୍କାନାଳ ଜିଲ୍ଲାରେ କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜୁଲାଇ ୩୧ ପର୍ୟ୍ୟନ୍ତ ପ୍ରତି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ଜୁଲାଇ ୩୧ ପର୍ଯ୍ୟନ୍ତ ଘୋଷଣା କରାଯାଇଛି। ସପ୍ତାହନ୍ତ ସଟଡାଉନର ଆଜି ସପ୍ତମ ଦିବସରେ ଭୁବନରେ ସମସ୍ତ ଦୋକାନ,ବଜାର ଓ ଦୈନିକ ପରିବା ମାର୍କେଟ ସମ୍ପୂର୍ଣ୍ଣ ବନ୍ଦ ଥିଲା। ଜନସାଧାରଣ ଏବେ ସଚେତନ ହୋଇ ଆଉ ଆଗଭଳି ବଜାର ଓ ରାସ୍ତଘାଟରେ ବୁଲୁନାହାନ୍ତି। ଭୁବନ ପୁଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ନିହାତି ଆବଶ୍ୟକ ତଥା ଜରୁରୀ କାର୍ଯ୍ୟରେ ବଜାରକୁ ଅାସିଥିବା ଲୋକଙ୍କୁ ପୁଲିସ ପଚରାଉଚରା କରି ସନ୍ତୋଷଜନକ ଉତ୍ତର ପାଇବା ପରେ ଛାଡୁଥିବା ଦେଖିବାକୁ ମିଳିଥିଲା। ଭୁବନ ପୁଲିସ ତରଫରୁ ୫୩ ନମ୍ବର ଜାତୀୟ ରାଜପଥ ସମେତ ଭୁବନ-ଢେଙ୍କାନାଳ ରାସ୍ତାରେ ଚଳାଚଳ କରୁଥିବା ମାଲବାହୀ ଗାଡିକୁ ଯାଞ୍ଚ କରି ଛାଡୁଥିବା ଦେଖିବାକୁ ମିଳିଥିଲା। ଆଇଆଇସି ଜିତେନ୍ଦ୍ର କୁମାର ସାହୁଙ୍କ ନିର୍ଦେଶରେ ୫୩ ନମ୍ବର ଜାତୀୟ ରାଜପଥର କାଳୀବଜାର ଠାରେ ଏଏସଆଇ ଲକ୍ଷ୍ମୀଧର ରଣା,ଅନନ୍ତପୁର ସୀମାନ୍ତରେ ଏଏସଆଇ ହେମନ୍ତ କୁମାର ପାଢୀ, ମହୁଲପାଳ ନୂଆହାଟରେ ଏଏସଆଇ ନୀଳକଣ୍ଠ ପାତ୍ର ପ୍ରମୁଖ ଯାଞ୍ଚ ପ୍ରକିୟାରେ ସାମିଲ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories