www.samajalive.in
Friday, December 12, 2025
16.1 C
Bhubaneswar

ରାଉରକେଲା ମହାନଗର ନିଗମର ୩ ଅଂଚଳ କଣ୍ଟେନମେଣ୍ଟ ଘୋଷିତ

ରାଉରକେଲା: ସହରରେ ବର୍ଦ୍ଧିତ ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ମହାନଗର ନିଗମର ତିନୋଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏନେଇ ମହାନଗର ନିଗମ ପକ୍ଷରୁ ଘୋଷଣାନାମା ଜାରି ହୋଇଛି। ରାଉରକେଲା ସେକ୍ଟର ୧ର ଦୁଇଟି ଲେନ କ୍ବାର୍ଟର ନମ୍ବର ଏଫ୭୩ରୁ ଏଫ୧୦୩ ଏବଂ କ୍ବାର୍ଟର ନମ୍ବର ଏଫ୧୦୯ରୁ ଏଫ୧୩୨, ସେହିପରି ସେକ୍ଟର ୨୧ ନୟାବଜ଼ାର କ୍ବାର୍ଟର ନମ୍ବର ବି୪୯ରୁ ବି ୬୦ ଏବଂ ବି୬୧ରୁ ବି୭୨, ଦୁଇଟି ଲେନକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି। ରାଉରକେଲା ମୁଖ୍ୟମାର୍ଗ ଚୌଧୁରୀ ପେଟ୍ରୋଲ ପମ୍ପ ନିକଟରେ ଥିବା ଖେସ ବିଲ୍ଡିଂ ଲେନ୍କୁ ମଧ୍ୟ ଅବରୋଧ କରାଯାଇ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ଏହି କଣ୍ଟେନମେଣ୍ଟ ବଳବତ୍ତର ରହିବ।

ରାଉରକେଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଫଳରେ ମୁକାବିଲା ସହ ଅଧିକ ସଂକ୍ରମଣକୁ ରୋକିବାକୁ ପ୍ରଶାସନ ଅଣ୍ଟା ଭିଡିଛି। ବିଭିନ୍ନ ଅଂଚଳରେ କଣ୍ଟନମେଣ୍ଟ ଜୋନ କରାଯାଇ ସ୍ୱାବ ସଂଗ୍ରହ ତ୍ୱରାନ୍ୱିତ କରାଯାଉଛି। ଗତକାଲି ସହରର କେତେକ ସ୍ଥାନରୁ କଣ୍ଟେନମେଣ୍ଟ ହଟିଥିବା ବେଳେ ଆଜି ନୂତନ କଣ୍ଟେନମେଣ୍ଟ ଜୋନ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories